ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ନୂଆପଡାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ନୂଆପଡା,  ନୂଆପଡା ଜିଲ୍ଲାରେ ଗୁରୁବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୂଆପଡାର ମାନ୍ୟବର ବିଧାୟକ ରାଜେନ୍ଦ୍ର ଢୋଲକିଆ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ଖଡ଼ିଆଳ ଅଧିରାଜ ମୋହନ ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧି ତଥା ବରିଷ୍ଠ ଆଇନଜିଵୀ ପ୍ରସନ୍ନ ପାଢ଼ୀ, ନୂଆପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଖରୀଆର ରୋଡ ଅଧ୍ୟକ୍ଷା ଡଃ ସୋନିଆ ଜୈନ୍ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ଦିବସ ପାଳନର ତାତ୍ପର୍ଯ୍ୟ ସହିତ ଶ୍ରମିକ ମାନେହିଁ ସମାଜ ଗଠନର ଆଧାର ବୋଲି କହିଥିଲେ । ସରକାରଙ୍କ ପ୍ରଣୀତ ସମସ୍ତ ଯୋଜନା ଯେମିତି ସେମାନଙ୍କ ପାଖରେ ଠିକ୍ ଭାବରେ ପହଞ୍ଚିବ ତାହା ସୁନିଶ୍ଚିତ କରିବା ପାଇଁ ଗୁରୁତ୍ବ ଦେଇଥିଲେ । ଆଞ୍ଚଳିକ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା ସ୍ବାଗତ ସମ୍ଭାଷଣ ଦେବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ କଲ୍ୟାଣ ପାଇଁ କରାଯାଉଥିବା ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଲେଯେ ଶ୍ରମିକ ମାନେ ହେଉଛନ୍ତି ସମାଜର ମେରୁଦଣ୍ଡ । ସେମାନଙ୍କ ପାଇଁ ପ୍ରଣୀତ ଯୋଜନା ସବୁର ବିଶେଷ ଲାଭ ଉଠାଇବା ପାଇଁ ଜିଲ୍ଲାର ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ସମସ୍ତେ ମିଶି ଜିଲ୍ଲା କୁ ପ୍ରବାସୀ ଶ୍ରମିକ ମୁକ୍ତ ଜିଲ୍ଲା କରିପାରିବା ବୋଲି ସେ ଆଶା ପୋଷଣ କରିଥିଲେ । ଏହି ଅବସରରେ ନିର୍ମାଣ ଶ୍ରମିକ ଏଵଂ ସେମାନଙ୍କ ପରିବାର ଜନଙ୍କୁ ଶିକ୍ଷା,ବିବାହ, ମାତୃତ୍ଵ ଓ ମୃତ୍ୟକାଳୀନ ସହାୟତା ଇତ୍ୟାଦି ଯୋଜନାରେ ଦୁଇ କୋଟି ଦୁଇ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରା ଯାଇଥିଲା ।ଅନେକ ଶ୍ରମିକ ମାନଙ୍କୁ ନୂତନ ଲେବର୍ କାର୍ଡ ପ୍ରଦାନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ଶହ ଶହ ସଂଖ୍ୟାରେ ଉଭୟ ପୁରୁଷ ଓ ମହିଳା ଶ୍ରମିକ , ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ବିଭାଗର ଅଧିକାରୀ, ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ। ସମାରୋହ ଆୟୋଜନରେ ଶ୍ରମ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ।ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରମଜିବୀ ମାନେ ବେଶ ଉତ୍ସାହିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୂଅରୁ ନାବାଳକ ର ମୃତ ଦେହ ଉଦ୍ଧାର 

masiha

ଦିନିକିଆ ଗସ୍ତରେ ବାଣିଜ୍ୟ ପରିବହନ, ଇସ୍ତାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦାନ

masiha

ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ଉଦଯାପିତ 

masiha

Leave a Comment

error: Content is protected !!