ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ ଏସ ଇ ବି ଏମ୍ପୋଇଜ ୟୁନିୟନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରେ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ

ଓ ଏସ ଇ ବି ଏମ୍ପୋଇଜ ୟୁନିୟନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରେ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ 

ରାଉରକେଲା ତା ୦୧/୦୫/୨୦୨୫ // ଏ ଏସ ଇ ବି ଏମ୍ପୋଇଜ ୟୁନିୟନ ରାଉରକେଲା ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ଆଜି ମହା ସମାରୋହରେ ଉଦିତ ନଗର ସ୍ଥିତ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ପାଳନ କରାଯାଇଛି। ଶ୍ରମିକ ଓ କର୍ମଚାରୀ ମାନଙ୍କ ଏକ ବିଶାଳ ଶୋଭାଯାତ୍ରା ସଂଘ କାର୍ଯ୍ୟାଳୟ ଠାରୁ ବାହାରି ଉଦିତ ନଗର ପରିକ୍ରମା କରିବା ପରେ ଶ୍ରମିକ ସମାବେଶ ସଂଘର ସଭାପତି ହରିହର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରମିକ ସମାବେଶରେ ରାଉରକେଲା ବିଧାୟକ ଶାରଦା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଭାବରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି,ଅନ୍ୟତମ ବକ୍ତା ଭାବରେ ଏଡଭୋକେଟ ରାଜ କିଶୋର ପ୍ରଧାନ ପ୍ରମୁଖ ଯୋଗଦେଇ ଦେଶରେ ଆଗାମୀ ଦିନରେ ଶ୍ରମିକ ଶ୍ରେଣୀ ସମ୍ମୁଖୀନ ହେବାକୁ ଥିବା ଚ୍ୟାଲେଞ୍ଜ କୁ ପ୍ରତିହତ କରିବା ପାଇଁ ଶ୍ରମିକ ଶ୍ରେଣୀ ଐକ୍ୟ ବଦ୍ଧ ଆନ୍ଦୋଳନ କୁ ତୀବ୍ର କରିବା ପାଇଁ ଆହ୍ୱାନ କରିଥିଲେ। ଦେଶର ଶ୍ରମିକ ଶ୍ରେଣୀ ରକ୍ତକ୍ଷୟୀ ସଗ୍ରାମ କରି ଯେଉଁ ଆଇନ୍ ଗୁଡ଼ିକ ନିଜ ସ୍ଵାର୍ଥ ରେ କରିପାରିଥିଲା ତାହାକୁ ମୋଦୀ ସରକାର ସଂପୂର୍ଣ୍ଣ ଭାବରେ ଅଚଳ କରି ଶ୍ରମିକ ଶ୍ରେଣୀ କୁ କ୍ରିତ୍ତଦାସ କରିଦେବା କୁ ସମସ୍ତ ପ୍ରକାର ଚକ୍ରାନ୍ତ କରିଛନ୍ତି ଯାହା ବିରୁଦ୍ଧରେ ଦେଶର ଶ୍ରମିକ ଶ୍ରେଣୀ ଏକଜୁଟ ହୋଇ ପ୍ରତିବାଦ କରିବା ଜରୁରୀ ବୋଲି କହିଥିଲେ । ଏହି ଶ୍ରମିକ ସମାବେଶରେ ସଂଘର ସାଧାରଣ ସମ୍ପାଦକ ସନ୍ତୋଷ ସାହୁ,ଉପ ସଭାପତି ବିଜୟ ପ୍ରଧାନ,କପିଳ ପୃଷ୍ଟି, ମୋୖସୁମ ଦାସ,ଆନନ୍ଦ କୁମାର ଗିରି, ପ୍ରଦୀପ ଭୋଳ ପ୍ରମୁଖ ବକ୍ତବ୍ୟ ରଖି ୟୁନିୟନ ଶ୍ରମିକ ମାନଙ୍କ ସ୍ଵାର୍ଥ ରକ୍ଷା ଲାଗି ସର୍ବଦା କାର୍ଯ୍ୟ ଜାରି ରଖିବାକୁ କହିଥିଲେ। ସଂଘର କର୍ମକର୍ତ୍ତା ଆକୁଳି ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମ ସଂଘ ଆମର, ଆମେ ସବୁ ସଂଘର : ବରିଷ୍ଠ କଳାକାର ମହାସଂଘ

masiha

ଜଳଛତ୍ର ନାଁରେ ଲୋକଙ୍କ ଟଙ୍କାର ଅପବ୍ୟୟ ? ମହାନଗର ନିଗମର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ବନ୍ଧୁଗାଁରେ ବିଶାଖାପାଟଣା ଓମନି ଆର କେ ହସପିଟାଲର ବିଶେଷଜ୍ଞ ଡାକ୍ତର କଲେ ରୋଗୀ ସେବା

Sunil Chandra Nayak

Leave a Comment

error: Content is protected !!