ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ସଫଳତା …

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ସଫଳତା …

ରାଉରକେଲା: ସେକ୍ଟର ୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ଆଇସିଏସଇ ଓ ଆଇଏସସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତାର ସହିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଇସିଏସଇ ପରୀକ୍ଷାରେ ୯୨.୬ ନମ୍ବର ରଖି ସାଦିଆ ପରବିନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଇଏସସି କମର୍ସ ରେ ମୋହିତ ପାତ୍ର ୭୪ ପ୍ରତିଶତ ଓ ବିଜ୍ଞାନ ରେ ଓମକୁମାର ଦାସ ୮୩ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଇଏସସି ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟର ସମ୍ପାଦକ ଡା ପ୍ରଶାନ୍ତ କୁମାର ପାତ୍ର ଏହି ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବିଦ୍ୟାଳୟ ର ଅଧ୍ୟକ୍ଷା ଅଞ୍ଜଳି ଶତପଥୀ ଏହି ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଂଚାୟତ ସମିତି ବୈଠକ ଅନୁଷ୍ଠିତ , ବିଡ଼ିଓ ସାଜିଛି ବିଜେଡି ଏଜେଣ୍ଟ -ସନ୍ତୋଷ 

Sunil Chandra Nayak

ଦୀପାବଳି ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

” ଓଡ଼ିଶାର ଅତ୍ୟନ୍ତ ପାରମ୍ପରିକ ଶୁଭ ପର୍ବ – ଅକ୍ଷୟ ତୃତୀୟା ” ଅକ୍ଷୟ ତୃତୀୟା ପର୍ବ ଉପଲକ୍ଷେ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା

Sunil Chandra Nayak

Leave a Comment

error: Content is protected !!