ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ରାଉରକେଲା: ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ପଞ୍ଚଦେବ କଲଚରାଲ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ଦିଲ୍ଲିପ କୁମାର କର ଓ ମ୍ୟାନେଜିଂ ଟ୍ରଷ୍ଟି ବିଜୟ କୁମାର ପ୍ରଧାନ ତଥା ଅନ୍ୟ କର୍ମକର୍ତ୍ତା ମାନଙ୍କ ପ୍ରମୁଖ ଉପସ୍ଥିତିରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିଗ୍ରହମାନଙ୍କୁ ସିଂହାସନରେ ବିଜେ କରାଇବା ସହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆଶ୍ରିବଚନ ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ମହାପ୍ରଭୁଙ୍କ ସହ ଯୋଡି ହୋଇ ରହିଲେ ଜୀବନର ସମସ୍ୟା, ଦୁଃଖ, ଅସୁବିଧା ଦୂର ହୋଇପାରିବ। ଏଥିପାଇଁ ଅନ୍ତରକୁ ଅଳିଆ ମୁକ୍ତ କରିବାକୁ ପଡ଼ିବ। ଅଳିଆ ମୁକ୍ତ ନହେଲେ ମାନବ ଜୀବନ ବୃଥା। ସତକର୍ମ କଲେ ମହାପ୍ରଭୁ ଙ୍କ ନିକଟତର ହୋଇପାରିବ। ଗଜପତିଙ୍କ ପୂର୍ବରୁ ଅବସରପ୍ରାପ୍ତ କୁଳପତି ହରେକୃଷ୍ଣ ଶତପଥୀ ସ୍କନ୍ଧ ପୁରାଣ ଶ୍ରୀଜଗନ୍ନାଥ ମାହାତ୍ମ୍ୟ ସମ୍ପର୍କରେ ପ୍ରବଚନ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ୨୭ ତାରିଖ ଦିନ ଅଙ୍କୁରାରୋପଣ ଓ ଶାଲା ପ୍ରତିଷ୍ଠା,୨୮ ତାରିଖ ଦିନ କଳସ ଶୋଭାଯାତ୍ରା ଓ ଘଟପୂଜା ଆରମ୍ଭ,୨୯ ତାରିଖ ଦିନ ସୂର୍ଯ୍ୟପୂଜା, ବିଗ୍ରହ ମାନଙ୍କ ସ୍ନାନ ଯାତ୍ରା, ଆରତୀ, କୀର୍ତ୍ତନ, ଶ୍ରୀ ଜଗନ୍ନାଥଙ୍କ କଥା ପ୍ରବଚନ, ଭଜନ ଓ ପ୍ରସାଦ ସେବନ,୩୦ ତାରିଖ ଅକ୍ଷୟ ତୃତୀଆ ଦିନ ମନ୍ଦିର ପ୍ରତିଷ୍ଠା, ଶ୍ରୀବିଗ୍ରହମାନଙ୍କ ପ୍ରତିଷ୍ଠା, ସିଂହାସନ ବିଜେ ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ସ୍ବାମୀ ବ୍ରହ୍ମ ସାକ୍ଷାତକାର ନନ୍ଦ ସରସ୍ଵତୀଙ୍କ ଉପସ୍ଥିତି ଓ ଆଶିର୍ବଚନ କାର୍ଯ୍ୟକ୍ରମ କୁ ଅଧିକ ଆକର୍ଷଣୀୟ କରିଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଉପସଭାପତି ମହେଶ୍ୱର ସ୍ବାଇଁ, ସହ ସମ୍ପାଦକ ପ୍ରଦୀପ କୁମାର ଦାସ, କୋଷାଧ୍ୟକ୍ଷ ସୂର୍ଯ୍ୟମଣି ବେହେରା, ସୁନିଲ କାୟଲ, ଓମ୍ ପ୍ରକାଶ ବାପୁଡିଆ, ବ୍ରିଜମୋହନ ଅଗ୍ରୱାଲ,ଶଙ୍କର ଜେନା,ବିଜୟ ପଟ୍ଟନାୟକ, ରାଜେଶ ମହାପାତ୍ର, ମିଟୁ ବେହୁରିଆ, ସମ୍ବିତ ରାଉତ, ସୈାଭାଗ୍ୟ ସାହୁ, ଜିତେନ୍ଦ୍ର ନାୟକ, ମହେନ୍ଦ୍ର ମହାନ୍ତି,ଶରତ ପଲେଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାର୍ତ୍ତିକେଶ୍ୱର ପଞ୍ଚୁକ ବ୍ରତ ପାଇଁ କପିଳାସ ପୀଠ ଚଳଞ୍ଚଚଳ

Sunil Chandra Nayak

କୁଟ୍ରାବାହାଲି ଗ୍ରାମରେ ଅଷ୍ଟପହରୀ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ରେଲୱେ ପକ୍ଷ ରୁ ୯୦ତମ କାଳୀ ପୂଜା ପାଳିତ

masiha

Leave a Comment

error: Content is protected !!