ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସୀ ରେସିଡେନ୍ସିଆଲ ସ୍କୁଲର ସଫଳତା  ଜଗା ଆପଟ ୯୦.୩୩% (ଏ୧ ଗ୍ରେଡ)ରଖି ଟପ୍ପର

ମାନସୀ ରେସିଡେନ୍ସିଆଲ ସ୍କୁଲର ସଫଳତା 
ଜଗା ଆପଟ ୯୦.୩୩% (ଏ୧ ଗ୍ରେଡ)ରଖି ଟପ୍ପର 

କେନ୍ଦୁଝର ରେଳୱେ ଷ୍ଟେସନ୍ ନିକଟସ୍ଥ ଗୁମୁରା ଗ୍ରାମରେ ଅବସ୍ଥିତ ମାନସୀ ରେସିଡେନ୍ସିଆଲ ସ୍କୁଲର ଏହି ବର୍ଷର ଛାତ୍ରଛାତ୍ରୀମାନଙ୍କର ଦଶମ ଶ୍ରେଣୀ ପରୀକ୍ଷାଫଳ ଅତ୍ୟନ୍ତ ପ୍ରଶଂସନୀୟ । ପ୍ରକାଶ ଯୋଗ୍ୟ ଯେ ଏ ବର୍ଷ ଅନୁଷ୍ଠାନର ସଫଳତା ହାର ଶତ ପ୍ରତିଶତ ଅଟେ।ଅଧ୍ୟୟନ କରୁଥିବା ୪୭ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଗ୍ରେଡ ‘ଏ୧’ ରେ ୦୧ଜଣ, ‘ଏ୨’ ରେ ୦୯ଜଣ, ‘ବି୧’ ରେ ୧୦ଜଣ, ‘ବି୨’ ରେ ୧୧ ଜଣ ଏହିଭଳି ୩୧ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଗ୍ରେଡ ‘ସି’ ରେ ୧୫ଜଣ ଓ ଗ୍ରେଡ ‘ଡି’ରେ ୦୧ ଜଣ ଏହିପରି ୧୬ ଜଣ ଛାତ୍ରଛାତ୍ରୀ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଷ୍ଠାନର ଉଦୀୟମାନ ଛାତ୍ର ଜଗା ଆପଟ ମୋଟ୍ ୬୦୦ରୁ ୫୪୨ ନମ୍ବର (୯୦.୩୩%) ରଖି ଏ୧ ଗ୍ରେଡ ରେ ଉତ୍ତୀର୍ଣ୍ଣ ହେବା ସହ ଅନୁଷ୍ଠାନ ତଥା ନିଜ ପିତାମାତା,ନିଜ ଗାଁ ଓ କେନ୍ଦୁଝର ପାଇଁ ଗର୍ବ ଓ ଗୌରବର କାରଣ ହୋଇଛନ୍ତି । ଏତଦ୍ ବ୍ୟତୀତ ଅନୁଷ୍ଠାନର ଛାତ୍ର ନରେଶ କୁମାର ମହାନ୍ତ(୫୨୫), ସତ୍ୟଜିତ ମହାନ୍ତ(୫୧୨) , ସତପ୍ରେମ୍ ସାହୁ(୫୦୭) ଓ ହିମାଦ୍ରୀ ତନୟା ମହାନ୍ତ (୫୦୨) ମଧ୍ଯ ବିଦ୍ୟାଳୟର ଗୌରବର କାରଣ ବନିଛନ୍ତି । ଛାତ୍ରଛାତ୍ରୀମାନଙ୍କର ସଫଳତା ପାଇଁ ବିଦ୍ୟାଳୟର ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ଶ୍ରୀଯୁକ୍ତ ରବିନାରାୟଣ ମହାନ୍ତ,ନିର୍ଦ୍ଦେଶିକା ଶ୍ରୀମତି ଉଷାରାଣୀ ମହାନ୍ତ ତଥା ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ବଳଭବିଷ୍ୟତର କାମନା କରିବା ସହିତ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏଠାରେ ସ୍ପଷ୍ଟୀକରଣ ଦିଆଯାଇପାରେ ଯେ କେନ୍ଦୁଝରର ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାନସୀ ରେସିଡେନ୍ସିଆଲ ସ୍କୁଲ କ୍ରମାଗତ ଭାବେ ଦୀର୍ଘ ବର୍ଷ ଧରି ଶତ ପ୍ରତିଶତ ସଫଳତା ପ୍ରଦାନ କରୁଥିବା ବେଳେ ଅଭିଭାବକ ଅଭିଭାବିକାମାନଙ୍କର ଆଶୀର୍ବାଦ ଓ ଭରସାର ଉତ୍ସ ହୋଇଅଛି । ବିଦ୍ୟାଳୟର ଏହି ସଫଳତା ସମସ୍ତ ଅଭିଭାବକମାନଙ୍କର ମନରେ ଆନନ୍ଦର ଲହରୀ ଖେଳାଇଦେଇଛି ।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆଙ୍କ ରିପୋର୍ଟ

 

Related posts

ଘରୋଇ ବିଦ୍ୟୁତ ବିତରଣ କମ୍ପାନୀର ମନୋମୁଖୀ : ବିପଦଶଙ୍କୁଳ ସ୍ଥିତିରେ ବିଦ୍ୟୁତ ଖମ୍ବ ରଖି ଚୁପ

masiha

ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ — ରୋଟାରି ଓ ଇଣ୍ଟରାକ୍ଟ କ୍ଲବ ର ସଫଳ ସଂଯୁକ୍ତ ପ୍ରୟାସ

Sunil Chandra Nayak

ସ୍ବାଧିନତା ସଂଗ୍ରାମ ପ୍ରାଣକୃଷ୍ଣ ପଢ଼ିହାରିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

Sunil Chandra Nayak

Leave a Comment

error: Content is protected !!