ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛୀଲିପା ଠାରେ ସିଏଚସି ପକ୍ଷରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଛୀଲିପା ଠାରେ ସିଏଚସି ପକ୍ଷରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମେଲେରିଆ ହେଉ କି ଡେଙ୍ଗୁ ଆମେ ଯଦି ଶୋଇବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଉଥିବା ଔଷଧ ବୋଲା ମଶାରୀ ବ୍ୟବହାର କରିବା ତାହେଲେ ସବୁ ରୋଗ ରୁ ନିଜକୁ ସୁରକ୍ଷିତ ରଖିବା ସହ ସୁସ୍ଥ ଜୀବନ ଯାପନ କରିବା ବୋଳି ଶୁକ୍ରବାର ପର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତା ମଶାରୀ ବଣ୍ଟନ ର ଉଦଘାଟନ ଅବସରରେ ଉପସ୍ଥିତ ପ୍ରଶାସନିକ, ସ୍ୱାସ୍ଥ୍ୟ ଅଧିକାରୀ ଓ ଜନ ପ୍ରତିନିଧି ମାନେ ପରାମର୍ଶ ଦେଇଛନ୍ତି। ପର୍ଲା ସିଏଚସି ପକ୍ଷରୁ ଆଜି ଛିଲିପା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହିତାଧିକାରୀ ଙ୍କୁ ମଶାରୀ ବଣ୍ଟନ କରାଯାଇଛି । ଜିଲ୍ଲା ରେ ମୋଟ 92366 ଟି ମଶାରୀ ଜିଲ୍ଲାରେ ବଣ୍ଟନ କରାଯିବ ବୋଲି ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଗୌରାଙ୍ଗ ଚରଣ ଗିରି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଭେକ୍ଟର ବାହିତ ରୋଗ ବିଶେଷଜ୍ଞ କଳାହାଣ୍ଡି ସନ୍ତୋଷ ବାଗ, ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଧରିତ୍ରୀ ପାଣିଗ୍ରାହୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଗୌରାଙ୍ଗ ଚରଣ ଗିରି , ସମାଜସେବୀ ହିମାଂଶୁ ପଣ୍ଡା, ସୁକାନ୍ତି ସା, ନାଏବ ସରପଞ୍ଚ ଲିଲି ସାଗର, ଭେକ୍ଟର ବାହିତ ରୋଗ ନିରୀକ୍ଷକ ନୀଳାଞ୍ଚଳ ପ୍ରଧାନ, ବ୍ଲକ ପ୍ରୋଗ୍ରାମ ମେନେଜର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଦୀପକ କୁମାର ବେହେରା, କ୍ଷେତ୍ର ସ୍ୱାସ୍ଥ୍ୟ ପରିଦର୍ଶକ ହରିହର ବେହେରା, ପ୍ରଦ୍ୟୁମ୍ନ କୁମାର ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ବହୁମୁଖୀ ସ୍ୱାସ୍ଥ୍ୟ କର୍ମି ସୁଦେଶ ଚନ୍ଦ୍ର ଦୁରିଆ ପରିଚାଳନା କରିଥିବା ବେଳେ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।ପରେ ଉପସ୍ଥିତ ହିତାଧିକାରୀ ଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଶାନ୍ତି ଶକ୍ତି ଭବନରେ ନବରାତ୍ର ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ଭୁଶୁଡିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଗଲା ପରିବାର

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ଲୋକକଳା ପାଇଁ ଦିନଟି ,ବରିଷ୍ଟ କଳାକାରଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!