ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଣ୍ଡେଲ ସରପଞ୍ଚଙ୍କ ଶ୍ରଦ୍ଧାଞ୍ଜଳି ସଭା 

ମାଣ୍ଡେଲ ସରପଞ୍ଚଙ୍କ ଶ୍ରଦ୍ଧାଞ୍ଜଳି ସଭା 

ନର୍ଲା,୩|୫(): ନର୍ଲା ବ୍ଲକ ଯାଦବ ସମିତି ପକ୍ଷରୁ ମାଣ୍ଡେଲ ସରପଞ୍ଚ ତଥା ବରିଷ୍ଠ ଯାଦବ ନେତୃତ୍ବ ପଦ୍ମଲୋଚନ ଜାଲଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଶନିବାର ମାଣ୍ଡେଲ ଠାରେ ସ୍ବର୍ଗତ ଜାଲଙ୍କ ଏକଦଶାହ ଅବସରରେ ଏନେଇ ଆୟୋଜିତ ସଭାର ଅଧ୍ୟକ୍ଷତା କରିଥିଲେ ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ। ପ୍ରଥମେ ନର୍ଲା ଯାଦବ ଭବନରୁ ଏକ ବିଶାଳ ଶୋଭାଯାତ୍ରା ଆସି ସଭାସ୍ଥଳରେ ପହଞ୍ଚିଥିଲା। କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ଡ଼ଃ ସଞ୍ଜୟ ଧଙ୍ଗଡାମାଝୀ, ନର୍ଲାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଳମଣି ସାହୁ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତି ସଭାପତି ରଘୁବୀର ନାଗ, ନର୍ଲା ବ୍ଲକ ଯାଦବ ସମିତି ଉପସଭାପତି ଗିରିଧାରୀ ଗଉଡ ଓ ଲିଙ୍ଗରାଜ କରୁଆଁ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ଯୁବ ନେତା ଚିତ୍ତରଞ୍ଜନ ମଣ୍ଡଳ, ପ୍ରଦୀପ ନାଏକ, ଉତ୍କଳ ଯାଦବ ମହାସଭାର ସମ୍ପାଦକ ତ୍ରିଲୋଚନ ନାଗ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ, ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ମିଶ୍ର, ଅନିରୁଦ୍ଧ ପଧାନ, ବସନ୍ତ ପୁରୋହିତ, ହିରୋ ହିରାଲାଲ ମହଲା, ଯାଦବ ମହାସଭାର ମହେନ୍ଦ୍ର ନାଏକ, କିର୍ତ୍ତନ ନାଏକ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ନର୍ଲା ବିଇଓ ତପିମଣି ଜାନି, ଏବିଇଓ ଗୋବର୍ଦ୍ଧନ ମାଝୀ ପ୍ରମୁଖଙ୍କ ସହ ଛତିଶ ପାଟକର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ବର୍ଗତ ଜାଲଙ୍କ ସ୍ମୃତି ଚାରଣ କରିଥିଲେ। ସଭାରେ ସ୍ବର୍ଗତ ଜାଲଙ୍କ ଦୁଇ ପୁଅ ରଞ୍ଜନ ଓ ସୈାରଭ, ଭାଇ ମାର୍କଣ୍ଡ, ରୋମାଞ୍ଚଳ, ଆତ୍ମିୟ ସ୍ବଜନ, ବନ୍ଧୁବାନ୍ଧବ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ଶିକ୍ଷାବିତ ମଧୁସୂଦନ ରାଉତ ସଭା ପରିଚାଳନା କରିଥିବାବେଳେ ଶେଷରେ ନର୍ଲା ବ୍ଲକ ଯାଦବ ସମିତି ସାଧାରଣ ସମ୍ପାଦକ ଅଜିତ କରୁଆଁ ଧନ୍ୟବାଦ ଅର୍ପଣ କରିଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ନିଆ ଲାଗି ପୋଡ଼ି ଯିବାରୁ ଚିକିତ୍ସା ଅବସ୍ଥାରେ ମୃତ୍ୟୁ

Sunil Chandra Nayak

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ତିରିଂ ବ୍ଳକ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

masiha

Soorya Krishnamoorthy was honoured with Bharat Muni Samman on the last day of 15th Bharat Muni Samman closing ceremony.

masiha

Leave a Comment

error: Content is protected !!