ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ତୃତୀୟ ସ୍ଥାନ ରଖିଥିବା ଝରାଡ଼ିହିର ଶିକ୍ଷା ସିଂହ୍ନI ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା 

ଜିଲ୍ଲାରେ ତୃତୀୟ ସ୍ଥାନ ରଖିଥିବା ଝରାଡ଼ିହିର ଶିକ୍ଷା ସିଂହ୍ନI ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା 

A1ରେ ଦୁଇ ଜଣ– ଶିକ୍ଷା ସିହ୍ନI ଓ ଆକାଶ ମହାନ୍ତ

 ମୟୂରଭଞ୍ଜ -୩/୦୫ // :- ଚଳିତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକର ଝରାଡ଼ିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶିକ୍ଷା ସିହ୍ନା ମୟୁରଭଞ୍ଜ ଜିଲ୍ଲାରେ ତୃତୀୟ ସ୍ଥାନ ଅଳଙ୍କୃତ କରି ବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି I ମୟୁରଭଞ୍ଜ ଜିଲ୍ଲାର ଉପାନ୍ତ ଅଂଚଳ ବହଳଦା ବ୍ଲକର ଝରାଡ଼ିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର A1 ଛାତ୍ରୀ ଶିକ୍ଷା ସିହ୍ନI 570 ମାର୍କ ରଖିଥିଲା ବେଳେ ଛାତ୍ର ଆକାଶ ମହାନ୍ତ 542 ମାର୍କ ରଖିଛନ୍ତି I ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କ ସଭାପତିତ୍ବରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲାI ଏଥିରେ ବିଦ୍ୟାଳୟର ଏସ ଏମ ସି କମିଟିର ଅଧ୍ୟକ୍ଷ ବୃହସ୍ପତି ବେହେରା, ଜିଏଚଏସଏସ କମିଟିର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ମହାନ୍ତ,ଟ୍ରଷ୍ଟି ସଦସ୍ୟା ରେଖରାଣୀ ସିଂ, ଆଲୁମିନି କମିଟିର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ଏସଏମସି ସକ୍ରିୟ ସଦସ୍ୟ ଦୀନବନ୍ଧୁ ମହାନ୍ତ ଓ କ୍ଷେତ୍ର ମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ସୁଶ୍ରୀ ଶିକ୍ଷା ସିଂହ୍ନIଙ୍କୁ ସମ୍ବର୍ଦ୍ଧିତ କରିଥିଲେ Iଏଥିରେ ବିଦ୍ୟାଳୟର ଶିକ୍ଷୟତ୍ରୀ ତଥା ଶିକ୍ଷାଙ୍କ ମାତା ଧରିତ୍ରୀ ବେହେରା,ବରିଷ୍ଠ ଶିକ୍ଷୟତ୍ରୀ ଦେଓଲା ମାଝୀ, ଶିକ୍ଷୟତ୍ରୀ ରେଣୁବାଳା ନାୟକ, ମମତା ମଞ୍ଜରୀ ପରିଡା, ଗୀତାଞ୍ଜଳି ମହାନ୍ତ, ଗୁରୁବାରୀ ମୁଣ୍ଡା,ମଧୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି ଶିକ୍ଷାଙ୍କ ସଫଳତା ବିଷୟରେ ଆଲୋକପାତ କରିଥିଲେI ବିଦ୍ୟାଳୟ ପକ୍ଷରୁ ସମସ୍ତ ପିଲାମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା Iଶେଷରେ ଛାତ୍ରୀ ଶିକ୍ଷା ସିହ୍ନI ଭବିଷ୍ୟତରେ ଜଣେ ଡାକ୍ତର ଓ ଆକାଶ ମହାନ୍ତ ପ୍ରଶାସନିକ କ୍ଷେତ୍ରରେ ଲୋକଙ୍କର ସେବା କରିବା ପାଇଁ ଲକ୍ଷ ରଖିଛନ୍ତିI ଜିଲ୍ଲାପାଳଙ୍କ ମେଧାବୀ ମୟୁରଭଞ୍ଜ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ବିଇଓ ଶୁଭଶ୍ରୀ ସିଂ, ଓ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କୁ ଏହାର ସଫଳତା ପାଇଁ କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି I

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଜି ତା ୧୩-୦୫-୨୦୨୫ ରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବାକୁଥିବା ଯୁଗ୍ମ ଜନ ଶୁଣାଣି ଶିବିର ଆସନ୍ତା କାଲି ତା ୧୪-୦୫-୨୦୨୫ ରିଖ ଅନୁଷ୍ଠିତ ହେବ

masiha

ସୂଚନା ଓ ଲୋକସମ୍ପର୍କ ବିଭାଗ ନବ ନିଯୁକ୍ତ ନିର୍ଦ୍ଦେଶକଙ୍କୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଘର ସ୍ଵାଗତ ସମ୍ବର୍ଦ୍ଧନା

masiha

ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ,ଓଡ଼ିଶା, ରାଇରଙ୍ଗପୁର ତରଫରୁ ଜାତୀୟ ଆଲୋଚନା ଚକ୍ର ” ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଶ୍ରୀଜଗନ୍ନାଥ”

masiha

Leave a Comment

error: Content is protected !!