ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଗୌରବ ଆଣିଛନ୍ତି ଶିବା ମାର୍ଣ୍ଡି

ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଗୌରବ ଆଣିଛନ୍ତି ଶିବା ମାର୍ଣ୍ଡି

ମୟୂରଭଞ୍ଜ – ୩/୫ ଚଳିତ ବର୍ଷ ମ୍ଯାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ ୨୮୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨୮୧ଜଣ କୃତକାର୍ଯ୍ୟ ହୋଇଛନ୍ତି ଏବଂ ବିଦ୍ୟାଳୟର ପାସ ହାର ୯୮.୫୯ଶତକଡା ହୋଇଅଛି। ଏଥିରେ ଏ୧-୦୧,ଏ୨-୦୨, ବି୧-୧୪,ବି୨-୪୬,ସି-୯୪,ଡି-୯୭,ଇ ଗ୍ରେଡ – ୨୭ ଜଣ ପାଇ ସଫଳତା ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଛାତ୍ର ଶ୍ରୀ ମାନ୍ ଶିବା ମାର୍ଣ୍ଡି ଏ୧ ଗ୍ରେଡ୍ ରେ ୫୫୧ (୯୧.୮୩%)ନମ୍ବର ରଖି ବିଦ୍ୟାଳୟର ଗୌରବ ଆଣିଛନ୍ତି ।ପୂର୍ବରୁ ମଧ୍ୟ ଶିବା ଜଣେ ମେଧାବୀ ଛାତ୍ର ଭାବେ ବିଦ୍ଯାଳୟ ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ତାଙ୍କ ସଫଳତାର ଶ୍ରେୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ ରଂଜନ ନାଏକ, ବରିଷ୍ଠ ଶିକ୍ଷକ ରଂଜନ କୁମାର ନନ୍ଦ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନିଜର ଅବିଭାବକ ବେଜନ ମୁର୍ମୁ ଓ ସୁଖମଣି ସୋରେନ ଙ୍କୁ ଦେଇଛନ୍ତି। ଏହି ସଫଳତା ନିମନ୍ତେ ବିଦ୍ୟାଳୟରେ ଆଜି ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ର ମାନେ ଶିବା ଙ୍କୁ ପ୍ରଶଂସା ପତ୍ର ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଦ୍ଵାରା ବୀମା ରାଶି ପ୍ରଦାନ

Sunil Chandra Nayak

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର: ଦୁଇ ଦିନରେ ୫୫୨ ରୋଗୀଙ୍କୁ ବିଶେଷଜ୍ଞ ସେବା 

Sunil Chandra Nayak

ଜୁନାଗଡ ଏଲ୍ ନିଶି ମିଶନ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!