ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅଞ୍ଚଳର ବିକାଶ ଓ ସମସ୍ୟାର ସମାଧାନ ଆମର ମୂଳ ମନ୍ତ୍ର – ବିଧାୟକ ଦୁର୍ଗା ଚରଣ ତନ୍ତୀ 

ଅଞ୍ଚଳର ବିକାଶ ଓ ସମସ୍ୟାର ସମାଧାନ ଆମର ମୂଳ ମନ୍ତ୍ର – ବିଧାୟକ ଦୁର୍ଗା ଚରଣ ତନ୍ତୀ 

ରାଉରକେଲା । ତା ୪.୦୫.୨୦୨୫ । ଆଜି ରଘୁନାଥପଲ୍ଲୀ ଅନ୍ତର୍ଗତ ଆମ୍ବେଦକର ମଣ୍ଡଳର କାର୍ଯ୍ୟକ୍ରମ ” ନାସ୍ତେ ପେ ଚର୍ଚ୍ଚା,” ସେକ୍ଟର -୧୭ ସ୍ଥିତ କମ୍ୟୁନିଟ ସେଣ୍ଟର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ମନୋଜ ସ୍ୱାଇଁ ଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗଦେଇ ଏହି କାର୍ଯ୍ୟକ୍ରମର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଘରେ ଆମେ ଯେଭଳି ପରିବାର ସହିତ ମିଶି ଜଳଖିଆ କରୁଛେ ସେ ଭଳି ଆମେ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ସହ ସିଧାସଳଖ ଭାବରେ ଯୋଗାଯୋଗ କରିବା ସହିତ ତାଙ୍କ ଅମୂଲ୍ୟ ମତାମତ ଶୁଣିବା ଏବଂ ସମସ୍ତେ ମିଶି ଜଳଖିଆ କରି ବିଭିନ୍ନ ସମସ୍ୟା ଓ ତାର ସମାଧାନ ମିଳିତ ଭାବେ କରିବା ବୋଲି କହିଥିଲେ । ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଓ ସୁଚିନ୍ତିତ ପରାମର୍ଶ ଆମକୁ ପ୍ରେରଣା ପ୍ରଦାନ କରିବା ସହିତ ନୂତନ ମାର୍ଗ ଦେଖାଇବ ବୋଲି ପ୍ରକଟ କରିଥିଲେ । ପୂର୍ବତନ ଜିଲ୍ଳା ସଭାପତି ଲତିକା ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ସୁସ୍ଥ ବାତାବରଣ, ମନୋବଳ ବୃଦ୍ଧି ଓ ମତାମତ ସୃଷ୍ଠି କରିବା ସହିତ ସମ୍ପର୍କ ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ । ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ତାଙ୍କ ବକ୍ତବ୍ୟରେ ଏହା ଆମକୁ ସଂଗଠିତ ଓ ସମ୍ପର୍କ ବୃଦ୍ଧି ସାଙ୍ଗକୁ ସଂଗଠନକୁ ଶକ୍ତିଶାଳୀ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ତାଙ୍କ ବକ୍ତବ୍ୟରେ ବିଧାୟକ ସବୁ କାର୍ଯ୍ୟକର୍ତ୍ତା ଙ୍କ ଘରୁକୁ ଯାଇ ଭେଟିବା ଅତ୍ୟନ୍ତ ଆବଶ୍ୟକ ଓ ସେମାନଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମ୍ବେଦକର ମଣ୍ଡଳ ସଭାପତି ମନୋଜ ସ୍ୱାଇଁ, ନିଆଳମୁଣ୍ଡା ମଣ୍ଡଳ ସଭାପତି ରଞ୍ଜିତା କିସ୍ପଟା , ଜଗନ୍ନାଥ ମଣ୍ଡଳ ସଭାପତି ମମତା ମହାନ୍ତି, ଓ ମଧୁବାବୁ ମଣ୍ଡଳ ସଭାପତି ପ୍ରତିମା ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରତିମା ରାଉତ ଏବଂ ଯୋନି ରୁବାଟୀ ଙ୍କ ନେତୃତ୍ୱରେ ବହୁ ମହିଳା ଯଥା ସଞ୍ଜୁ ସିଂହ ରାୱତ, ଅର୍ଚ୍ଚନା ମାର୍ଥା, ରାଜନ୍ତି ଯାଦବ, କିରଣ ଦେବୀ, ପ୍ରଭାବତୀ ଯାଦବ, କାନ୍ତି ଦେବୀ, ଅନିତା ଦେବୀ, ଶାନ୍ତି ଯାଦବ, କାଞ୍ଚନ ଯାଦବ, ସୋନି ଦେବୀ, ପୂଜା ଯାଦବ, ଓ ରମାବତି ଯାଦବ ବିଜେପିରେ ମିଶିଥିଲେ । ସେମାନଙ୍କୁ ଜିଲ୍ଲା ସଭାନେତ୍ରୀ ଓ ମଞ୍ଚାସିନ ନେତୃବୃନ୍ଦ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ବିଜେପି ରେ ଯୋଗଦାନ କରିଥିବା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁବ୍ରତ ପଟନାୟକ, ଅଶୋକ ଲେଙ୍କା, ମନୋରଞ୍ଜନ ମୁନି, ଅଜୟ କାଂସାରୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ବିଜେଡି ତରଫରୁ ବିଜୁପଟନାୟକଙ୍କ ୨୭ ତମ ତିରୋଧାନ ଦିବସ ପାଳିତ

masiha

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ବିଜୁ ଜୟନ୍ତୀ ରେ ବିଜେଡି ର ଜନସମାବେଶ

Sunil Chandra Nayak

Leave a Comment

error: Content is protected !!