ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorizedଆଞ୍ଚଳିକ

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ରାଉରକେଲା: ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ରାଉରକେଲା ଶାଖାର ୫୦ ତମ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦିଲ୍ଲିପ କୁମାର ଭୁଇ ଙ୍କ ସଭାପତିତ୍ବ ଓ ସମ୍ପାଦିକା ସୁଚିସ୍ମିତା ବିଶ୍ବାଳଙ୍କ ଆବାହକତ୍ବ ରେ ଆୟୋଜିତ ସମ୍ମେଳନ ପତ୍ରିକା ର ସମ୍ପାଦକ ବିପୁଲ ଗୁପ୍ତ ମୁଖ୍ୟ ଅତିଥି ଓ ନବନୀତା ପଲଚୈ।ଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଗୁପ୍ତ ଅନୁଷ୍ଠାନର ୫୦ ବର୍ଷର ପୂର୍ତ୍ତି ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସମାଜ ପ୍ରତି ପ୍ରତିବଦ୍ଧତା ରଖି ସାହିତ୍ୟ ଓ ସାମାଜିକ କାର୍ଯ୍ୟକ୍ରମ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀମତୀ ପଲଚୈ।ଧୁରୀ ବଙ୍ଗଳା ସାହିତ୍ୟ ର ଇତିହାସ, ବଙ୍ଗଳା ସାହିତ୍ୟିକଙ୍କ ଅବଦାନ, ନୃତ୍ୟ ଓ ରବିନ୍ଦ୍ର ସଂଗୀତ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅର୍ପିତା ଭଟ୍ଟାଚାର୍ଯ୍ୟ,ପଲ୍ଲବ ଚାଟାର୍ଜୀ ଓ ମୈ।ସୁମୀ ରାୟତପଦାର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଧ୍ୟରେ କବିତା ପାଠ କରାଯାଇଥିଲା। ଏଥିରେ ସୁଚିସ୍ମିତା ବିଶ୍ବାସ, ଶୈଲେନ ଭଟ୍ଟାଚାର୍ଯ୍ୟ, ପୂର୍ଣ୍ଣିମା ଦସ୍ତିଦାର, ପଲ୍ଲବ ଚାଟାର୍ଜୀ, ଅର୍ଚ୍ଚିତା ଭଟ୍ଟାଚାର୍ଯ୍ୟ କବିତା ପାଠ କରିଥିଲେ। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ରେ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିବା ମୈ।ନ ଦତ୍ତ ,କୋଇନା ଦସ୍ତିଦାର,ଛବି ଦାସ, ବୀଣାପାଣି ରଥ, ଶର୍ମିଷ୍ଠା ବାନାର୍ଜୀ, ସର୍ବାଣୀ ମିତ୍ର, ପୂର୍ଣ୍ଣିମା ଦସ୍ତିଦାର,ମୈ।ସମୀ କପଦାର, ଶର୍ମିଷ୍ଠା ବାନାର୍ଜୀ, ଶୈଲେନ ଭଟ୍ଟାଚାର୍ଯ୍ୟ ତଥା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ। ଏହି ଅବସରରେ ପଲ୍ଲବ ଚାଟାର୍ଜୀ ନିର୍ଦ୍ଦେଶିତ ହାସ୍ୟ ରସାତ୍ମକ ନାଟକ ଉପର ମହଲା ତଳ ମହଲା ମଞ୍ଚସ୍ଥ କରାଯାଇଥିଲା। ସେହିପରି ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଡ ସମ୍ପା ମଜୁମଦାର ଓ ଅନ୍ୟମାନେ ସହଯୋଗ କରିଥିଲେ। ଏସ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜୟ କୁମାର ଜେନା ଙ୍କ କବିତା ଦେବୀ ଦଶ ଭୁଜା

Sunil Chandra Nayak

ଓଡିଆ ବିକାଶ ମଞ୍ଚପକ୍ଷରୁ କାର୍ଲମାକ୍ସ ଜୟନ୍ତୀ ପାଳିତ

ଫଳକରେ ନାମ ନଥିବାରୁ ସମର୍ଥକ ମାନେ ଫଳକ ଭାଙ୍ଗି ଦେଲେ

Sunil Chandra Nayak

Leave a Comment

error: Content is protected !!