ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଜିଟାଲ ମିଡ଼ିଆ ସଂଘର ଜାତୀୟ ପ୍ରେସ ଦିବସ ପାଳିତ 

ଡିଜିଟାଲ ମିଡ଼ିଆ ସଂଘର ଜାତୀୟ ପ୍ରେସ ଦିବସ ପାଳିତ 

ଜୁନାଗଡ଼୧୮/୧୧ (ମନୀ ସ)କଳାହାଣ୍ଡି ଜିଲ୍ଲା ଡିଜିଟାଲ ମିଡ଼ିଆ ଏସୋସିଏସନ ପକ୍ଷରୁ ଜୁନାଗଡ଼ ସ୍ଥିତ ଆର ଏମ ସି ସଭା ଗୃହ ଠାରେ ୧୬ନଭେମ୍ବର ସନ୍ଧ୍ୟା ରେ ଜାତୀୟ ପ୍ରେସ୍ର ଦିବସ ପାଳନ କରାଯାଇଥିଲା l ସଂଘ ର ସଭାପତି ରବି ଶଙ୍କର ସୁନାନୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ କୁମାର ଜାଲ ଯୋଗ ଦେଇଥିଲେ l ଏହି ଅବସରରେ କାର୍ଯ୍ୟକ୍ରମ ର ପ୍ରଥମେ ସଂଘ ର ସଦସ୍ୟ ସ୍ବର୍ଗତ ଯଶୋବନ୍ତ ପୂଝରୀ ଙ୍କ ଅମର ଆତ୍ମା ର ସତଗତି କାମନା ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ସଂଘ ର ବରିଷ୍ଠ ସଦସ୍ୟ ସକାଳ ଖବର କାଗଜ ର ସାମ୍ବାଦିକ ଆଦିତ୍ୟ ପ୍ରସାଦ ମହାନ୍ତି ସାମ୍ବାଦିକ ମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକଳାପ ଉପରେ ଦିଗଦର୍ଶନ ଦେଇଥିଲେ l କାର୍ଯ୍ୟରତ ସାମ୍ବାଦିକ ମାନେ ସବୁବେଳେ ଲୋକମାନ ଙ୍କ ସମସ୍ୟା କୁ ନେଇ ସରକାର ଏବଂ ପ୍ରଶାସନ ପାଖରେ ଉପସ୍ଥାପନା କରିବା ଏବଂ ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରିବା ତାଙ୍କର ମହାନ କାମ ବୋଲି ମୁଖ୍ୟ ଅତିଥି ରଞ୍ଜନ କୁମାର ଜାଲ ତାଙ୍କ ଅଭିଭାଷଣ ରେ କହିଥିଲେ l ସଂଘ ରେ ଜଡିତ ଥିବା ସଦସ୍ୟ ଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ତାର ସମାଧାନ ନିମନ୍ତେ ରାଜ୍ୟ ସଂଘ କୁ ଜଣେଇବା ପାଇଁ ସଂଘ ର ସଭାପତି ରବି ଶଙ୍କର ସୁନାନୀ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସଂଘ ର ପୂର୍ବତନ ସଭାପତି ରାଜେନ୍ଦ୍ର ପ୍ରସାଦ ପଣ୍ଡା, ବରିଷ୍ଠ ସଦସ୍ୟ ସାମ୍ବାଦିକ ପ୍ରଦୀପ କୁମାର ପଟ୍ଟନାୟକ,ଗୟlରାମ ପୂଝରୀ,ଲାବଣ୍ୟ ନାଏକ, ଚନ୍ଦ୍ରଧ୍ଵଜ ନାଏକ,ଗୋବିନ୍ଦ ମହାଳିକ ଙ୍କ ସମେତ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିବା ଥିବା ବେଳେ ଶେଷରେ ସଂଘ ର ବରିଷ୍ଠ ସଦସ୍ୟ ସାମ୍ବାଦିକ ବାଲେଶ୍ୱର ସୁନାନୀ ଧନ୍ୟବାଦ ଦେଇଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶ୍ରେଷ୍ଠ ନାଟ୍ୟକାର ଅଧ୍ୟାପକ ଶ୍ରୀଯୁକ୍ତ ଗୋପାଳ ମହାରଣା

Sunil Chandra Nayak

ବିଶିଷ୍ଟ ସମାଜସେବୀ ତଥା ୪୨ ମୌଜା ଗୌରବ ଡକ୍ଟର ସେକ୍ କଲିମୁଲ୍ଲା ସମ୍ବର୍ଧିତ

ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!