ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ସେବାସଂସ୍ଥା ଆନୁକୂଲ୍ୟରେ ଶୀତକାଳୀନ ସେବା ଶିବିର

ଉତ୍କଳମଣି ସେବାସଂସ୍ଥା ଆନୁକୂଲ୍ୟରେ ଶୀତକାଳୀନ ସେବା ଶିବିର

ଜୁନାଗଡ,୧୮/୧୧: ମନୀ ସ )ଉତ୍କଳମଣି ସେବାସଂସ୍ଥା ଆନୁକୂଲ୍ୟରେ ଶୀତକାଳୀନ ସେବା ଶିବିର ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ଶଗଡା ପଞ୍ଚାୟତର ନୂଆ ମକାଗୁଡାଠାରେ ଅନୁଷ୍ଠିତ ହୋଇ ଯାଇଛି।ଦାମୋଦର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ସଭାରେ ସର୍ବ ପ୍ରଥମେ ଉତ୍କଳମଣିଙ୍କ ଫଟୋରେ ସାମୂହିକ ମାଲ୍ୟାର୍ପଣ ପରେ ସମ୍ପାଦକ ଅଜୟ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଆଖପାଖ ଗ୍ରାମରୁ ଆଗତ ଜନସାଧାରଣଙ୍କୁ ଉତ୍କଳ ମଣିଙ୍କ ସେବା ଆଦର୍ଶ ଓ ଅନୁଷ୍ଠାନର ପ୍ରୟାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ-କୈଳାସ ରାଉତ, ଉଦ୍ଧବ ସାହୁ, ନିରଞ୍ଜନ ସାହୁ, ଚନ୍ଦ୍ର ଶେଖର ସିଂହ, ବିନତା ମାଝି ଓ ଅନ୍ୟମାନେ। ଜଙ୍ଗଲ ଓ ଜନଜାତିଙ୍କ ଜୀବନ ଜୀବିକା ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ ଦ୍ବାରା ଗୋପବନ୍ଧୁଙ୍କ ସେବାଧର୍ମ ପ୍ରତି ଯଥାର୍ଥ ମର୍ଯ୍ୟାଦା ଦିଆଯାଇ ପାରିବ ବୋଲି ଶିବିରାର୍ଥୀମାନେ ଅନୁଭବ କଲେ। ଶିବିରରେ ଉପସ୍ଥିତ ସମସ୍ତ ଲୋକଙ୍କୁ କମ୍ବଳ, ଔଷଧ, ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯିବା ସହ ପଂକ୍ତି ଭୋଜନର ଆୟୋଜନ କରାଯାଇଥିଲା। ମଧୁସୂଦନ ପଣ୍ଡା, ହେମନ୍ତ ସାସମଲ, ଭଗବାନ ସାହୁ, ରବୀନ୍ଦ୍ର ସାହୁ ଓ ଗ୍ରାମବାସୀ ବୃନ୍ଦ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଠାରେ ଶ୍ରୀ ଶ୍ରୀ ସତ୍ୟସାଇ ବାବା ଙ୍କ ୯୯ ତମ ଜନ୍ମ ଉତ୍ସବ ପାଳିତ

masiha

ବାଲୁଗାଁ ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି ମଣ୍ଡଳ ସଭାପତି ନାଁରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ, ଶ୍ରମିକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁତର ଅଭିଯୋଗ ଆଣିଲେ ଶ୍ରମିକ l ଅଭିଯୋଗ ପରେ , ତଦନ୍ତ କଲେ ବିଡିଓ

masiha

Leave a Comment

error: Content is protected !!