ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ରେ ପୁଣି ବାଘ ଆତଙ୍କ, ଶୌଚ ପାଇଁ ଯାଇଥିବା ବୃଦ୍ଧା ଙ୍କୁ ମାରୀ ଖାଇଲା ବାଘ

ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ଜଳମଡେଇ ଗାଁରେ ଘଟିଛି ଏକ ଅଭାନୀୟ ଘଟଣା। ୮୦ ବର୍ଷୀୟ ବୃଦ୍ଧା ଙ୍କୁ ମାରୀ ଖାଇଲା ବାଘ। ବୃଦ୍ଧା ଜଣକ ଜଳମଡେଇ ଗାଁର ସନମତି ବାରିକ ବୟସ ୮୦ ବର୍ଷ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟା ୬ ଟା ସମୟରେ ଘର ପଛପଟେ ଶୌଚ ପାଇଁ ଯାଇଥିବା ସମୟରେ ହଠାତ୍ ଏକ ମହାବଳ ବାଘ ଆସି ବୃଦ୍ଧା ଙ୍କୁ ଟାଣି ନେଇ ଅଧା ଶରୀର କୁ ଖାଇ ଦେଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ଘଟଣା ସ୍ଥଳରେ କୋମନା ପୋଲିସ୍ ଓ ଫରେଷ୍ଟ କର୍ମଚାରୀ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ସହ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ଯୁବକଙ୍କ ଆତ୍ମହତ୍ୟା 

Sunil Chandra Nayak

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା 

masiha

Leave a Comment

error: Content is protected !!