ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଶ୍ରୀ ଦୁତୀୟ ବନଛୋରଙ୍କ ତତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମର କଳାରୁଦ୍ର ଯୁବକ ସଂଘ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଆନ୍ତର୍ଜାତୀୟ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରାଯାଇଛି l ଗ୍ରୀଷ୍ମ କାଳୀନ ସମୟରେ ବନ୍ୟଜନ୍ତୁ ଓ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ କଳାରୁଦ୍ର ଯୁବକ ସଂଘ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି l ସମାଜରେ ମନୁଷ୍ୟ ବଞ୍ଚିବା ପାଇଁ ହେଲେ ଜଳର ଯେତେ ଆବଶ୍ୟକତା ଅଛି ସେହିପରି ଏହି ପୃଥିବୀ ପୃଷ୍ଠରେ ଯେତେ ଜୀବଜନ୍ତୁ ବସବାସ କରନ୍ତି ସେମାନଙ୍କ ପାଇଁ ମଧ୍ୟ ଜଳର ଆବଶ୍ୟକତା ରହିଛି l ପ୍ରବଳ ଗ୍ରୀଷ୍ମ କାଳୀନ ସମୟରେ ପାଣି ଟିକେ ପାଇଁ ପଶୁ ପକ୍ଷୀ ମାନେ ଅକାଳ ମୃତ୍ୟୁ ବରଣ କରୁଛନ୍ତି l ତାହାକୁ ରୋକିବା ପାଇଁ ଏହି ଅନୁଷ୍ଠାନ ତରଫରୁ ହଜାରୀ ପଡା ଉ. ପ୍ରା ବିଦ୍ୟାଳୟ ପରିସର ସଫେଇ କାର୍ଯ୍ୟ ଓ କେତେକ ସ୍ଥାନରେ ଥିବା ନଳକୂଅ ସଫେଇ କରି ନିଷ୍କାସିତ ପାଣି କୁ ସଂରକ୍ଷଣ କରିବା ପାଇଁ ଗାତଖୋଲି ପାଣି ସଂଗ୍ରହ କରାଯାଇଥିଲା l ଯାହାଫଳରେ ଗ୍ରୀଷ୍ମ ଋତୁରେ ଯେପରି ବନ୍ୟଜନ୍ତୁ ଓ ଗୃହପାଳିତ ପଶୁ ପକ୍ଷୀ ମାନେ ଅସୁବିଧାର ସମ୍ମୁଖୀନ ନ ହେବେ ତାହାକୁ ଦୃଷ୍ଟିରେ ରଖି ଏହି ଛୋଟିୟା ପ୍ରୟାସ ଆରମ୍ଭ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ତୁଷ୍ମନ୍ତ ସାହୁ, ହରପ୍ରସାଦ ସାହୁ, ଚନ୍ଦନ ସାହୁ, ହେମନ୍ତ ସାହୁ, ନୀଳ କଣ୍ଠେଶ୍ଵର ସାହୁ, ଠାକୁର ସାହୁ, ସୁରେନ୍ଦ୍ର ସାହୁ ରହି ସହଯୋଗ କରିଥିଲେ ଶେଷରେ ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l 

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ସଫଳତା ପାଇଁ ମଶାଲ ଯାତ୍ରା।..

Sunil Chandra Nayak

ଡ୍ରେନ ଉପରୁ ପଡି ଜଣେ ମୃତ 

Sunil Chandra Nayak

ବିବାହିତା ମହିଳାଙ୍କ ଆତ୍ମହତ୍ୟା

masiha

Leave a Comment

error: Content is protected !!