ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରିକ୍ଷା , ଗୋଲାମୁଣ୍ଡା ବ୍ଲକରେ ୭୪୧ ପରିକ୍ଷାର୍ଥୀ

ଗୋଲାମୁଣ୍ଡା,ତା୨୮ା୪(ମ ନି ସ): ଆଜିଠାରୁ ଯୁକ୍ତ ଦୁଇ ପରିକ୍ଷା ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଆଜି ସମୁଦାୟ ୭୪୧ ଜଣ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରିକ୍ଷାର୍ଥୀ ପରିକ୍ଷା ଦେଇଛନ୍ତି । ଗୋଲାମୁଣ୍ଡା ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୯୩ ଜଣ ରେଗୁଲାର ଓ ୨୧ ଜଣ ଏକ୍ସ ରେଗୁଲା ପରିକ୍ଷାର୍ଥୀ ପରିକ୍ଷା ଦେଇଥିବା ବେଳେ ୯ ଜଣ ବାଣିଜ୍ୟ ବିଭାଗରେ ପରିକ୍ଷା ଦେଉଛନ୍ତି । ଠିକ ସେହିପରି ଆଞ୍ଚଳିକ ବସ୍ତରେଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନ ଚେରଗାଁରେ ୨୨୬ ଜଣ ରେଗୁଲାର ଓ ୩୩ ଜଣ ଏକ୍ସ ରେଗୁଲାର ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି । ମହାଲିଙ୍ଗ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିକ୍ଷା ଦେଉଛନ୍ତି ସ୍ଥାନୀୟ ଅଞ୍ଚଳର ୨୭୭ ଜଣ ଛାତ୍ରଛାତ୍ରୀ । ଏଠାରେ ଚପ୍ରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୪ ଜଣ ରେଗୁଲାର ଓ ୬ ଜଣ ଏକ୍ସ ରେଗୁଲାର ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି । ଗରଗାବ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୧୧୪ ଜଣ ରେଗୁଲାର ଓ ୧୯ ଜଣ ଏକ୍ସ ରେଗୁଲାର ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି ଓ ଠିକ ସେହିପରି କୁହୁରା ବିଣାପାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮୦ ଜଣ ରେଗୁଲାର ଓ ୧୪ ଜଣ ଏକ୍ସ ରେଗୁଲାର ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି । ଚିଚିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୬ ଜଣ ରେଗୁଲାର ଓ ୨୬ ଜଣ ଏକ୍ସ ରେଗୁଲାର ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି । କୋଭିଡ କଟକଣା ଥିବାରୁ ଛାତ୍ରଛାତ୍ରୀମାନେ ମାସ୍କ ଓ ସେନିଟାଇଜର ବ୍ୟବହାର କରି ପରିକ୍ଷା ଦେଉଛନ୍ତି ।

ଦାମଦର ଦାସ ଙ୍କ ରିପୋର୍ଟ , ଗୋଲାମୁଣ୍ଡା 

Related posts

ବିଦ୍ୟାଳୟ ବାରଣ୍ଡାରେ ଅନଶନ, ଆତ୍ମହତ୍ୟାର ଧମକ ଦେଲେ ଅନଶନକାରୀ

Sunil Chandra Nayak

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା 

Sunil Chandra Nayak

ବାହାଘର ଭୋଜି ଖାଇ ନିଖୋଜ ଘଟଣା। ପରିତିକ୍ତ କୂଅ ଭିତରୁ କାର ସହ ଚାରି ଜଣ ଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!