ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏବିଭିପି ତରଫରୁ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି

ଏବିଭିପି ତରଫରୁ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି

ଗତ ଏପ୍ରିଲ ୨୨ ତାରିଖରେ ଜାମ୍ମୁ କାଶ୍ମୀର ଅନ୍ତର୍ଗତ ପହଲଗାମରେ ନିର୍ମମ ଆତଙ୍କବାଦୀଙ୍କ ଦ୍ବାରା ନୀରିହ ପର୍ଯ୍ୟଟକଙ୍କ ଉପରେ ବର୍ବର ରୂପେ ଗୁଳିବର୍ଷଣ କରିବାର‌‌ ବିଭୀଷିକା ଏବଂ ତହିଁରେ ୨୬ ଜଣଙ୍କର ନିଧନ‌ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି | ଏପରି ଏକ ଜଘନ୍ୟ ହିଂସାକାଣ୍ଡର ଉତ୍ତର ସ୍ବରୂପ ମେ ୭ ତାରିଖ ରାତ୍ରି ରେ ଭାରତୀୟ ସେନାର ଯୋଜନାବଦ୍ଧ ଅଭିଯାନ ‘ଅପରେସନ ସିନ୍ଦୂର’ ର ସଫଲ ରୂପାୟନ‌ ଘଟିଛି ଏବଂ ଫଳ ସ୍ବରୂପ ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀରରେ ଥିବା ୯ ଆତଙ୍କବାଦୀ‌ ଶିବିର ଧୂଳିସାତ ହୋଇଯାଇଛି | ଭାରତ‌ ସରକାରଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଦେଶର ୨୪୪ ଟି ଜିଲ୍ଲାରେ ‘ମକ୍‌ ଡ୍ରିଲ୍’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି | ‘ମକ୍‌ ଡ୍ରିଲ୍’ ର ଉଦ୍ଦେଶ୍ୟ ହେଉଛି ଜରୁରୀକାଳୀନ ପ୍ରସ୍ତୁତିରେ ଦେଶବାସୀ ଙ୍କ ଆତ୍ମସୁରକ୍ଷା ଏବଂ ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସ କରିବା ଏବଂ ଅପରେଟିଂ ପଦ୍ଧତିର ମୂଲ୍ୟାଙ୍କନ କରିବା ଯାହାଫଳରେ ସଂପୃକ୍ତ ବ୍ୟକ୍ତିମାନେ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଜ କର୍ତ୍ତବ୍ୟକୁ ସଫଳତାର ସହ ପାଳନ ‌ କରିବେ | ସରକାରଙ୍କ ବିହିତ ପଦକ୍ଷେପଗୁଡିକୁ ଅନୁସରଣ କରିବା ଏବଂ ଏସବୁ କାର୍ଯ୍ୟ ନିମନ୍ତେ ଲୋକଙ୍କୁ ସଚେତନ ଏବଂ ସହଯୋଗ କରିବା ପାଇଁ ‘ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ’, ଭବାନୀପାଟଣା ଦ୍ବାରା ଶ୍ରୀଯୁକ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ମହୋଦୟଙ୍କୁ ଲିଖିତ ଅନୁରୋଧ ପତ୍ର ପ୍ରଦାନ କରାଯାଇଅଛି ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ଅର୍ଜୁନ କେଣ୍ଡ୍ରୁକା ଙ୍କ ଶ୍ରାଦ୍ଧ ଦିବସ ପାଳନ

Sunil Chandra Nayak

ଅନାଥଙ୍କୁ ସହାୟତାର ହାତ ବଢ଼େଇଲେ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ 

masiha

ସନାତନ ଧର୍ମର ପୁନଃ ଉଦ୍ଧାର ପାଇଁ ଗୀତା ଗ୍ରନ୍ଥ ବଣ୍ଟନ 

masiha

Leave a Comment

error: Content is protected !!