ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

ନବରଙ୍ଗପୁର:(୦୭/୦୫ /୨୦୨୫)(ରବି ନାରାୟଣ ମହାନ୍ତି) ଗତ କାଲି ୬.୫.୨୦୨୫ ରିଖ ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଊମରକୋର୍ଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ “ ନାଲସା ଟୋଲ ଫ୍ରୀ ହେଲ୍ପଲାଇନ ନମ୍ବର -୧୫୧୦୦ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରଦାନ କରାଯାଇଥିବା ଅନ୍ୟ।ନ୍ୟ ସାହାଯ୍ୟ ଓ ନାଲସା ୱେବ ପୋର୍ଟାଲରେ ଅନଲାଇନରେ ଆଇନଗତ ସାହାଯ୍ୟ ପାଇବା ପାଈଁ ଆବେଦନ ଓ ଅନ୍ଧ ବିଶ୍ୱାସ ଯଥା ଗୁଣୀ ଗାରେଡି, ଛୋଟ ପିଲାମାନଙ୍କୁ ଦିଆଯାଉଥିବା ଚେଙ୍କ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଜିଲ୍ଲା ଆଈନ ସେବା ପ୍ରାଧିକରଣର, ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ, ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଠାରେ ଅନ୍ୟାନ୍ୟ ଅତିଥି ଭାବେ ଜିତେନ୍ଦ୍ର କୁମାର ସାମଲ ଉପଗୋଷ୍ଠି ଉନୟନ ଅଧିକାରୀ, ଊମରକୋଟ ଡାଃ ଆୟୁସୀ ମଣ୍ଡଲ ରିପ୍ରେଜେନ୍ଟେଟିଭ ଓଫ ସିଡ଼ିଏମଓ, ନବରଙ୍ଗପୁର, ସୁରେଶ କୁମାର ପଟ୍ଟନାୟକ, ଡ଼ିସିପିଓ, ନବରଙ୍ଗପୁର, ଶ୍ରୀମତୀ ମନୋରମା ମାଝି, ଶୋସିଆଲ ଆକ୍ଟିବିଷ୍ଟ, ନବରଙ୍ଗପୁର, ଶୁଭେନ୍ଦୁ କୁମାର ଶବର ଉପ ଭାରପ୍ରାପ୍ତ ଅଧିକ୍ଷକ, ଊମରକୋର୍ଟ ପ୍ରମୁଖ ଯୋଗ ଦେଇ ଲୋକମାନଙ୍କ ପାଇଁ ଥିବା ବିଭିନ୍ନ ଆଈନ ବିଷୟରେ ସଚେତନ କରାଇଥିଲେ । ଏହି ସଚେତନତା ଶିବିରରେ ଭାବେ ଜିତେନ୍ଦ୍ର କୁମାର ସାମଲ ଉପ ଗୋଷ୍ଟି ଉନୟନ ଅଧିକାରୀ, ଊମରକୋର୍ଟ, ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ ଦ୍ଵାରା ପରିଚାଳନା କରାଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜି ସି ଡି ହାଇସ୍କୁଲରେ ଭୋଟର ସାକ୍ଷରତା ଅଭିଯାନ

Sunil Chandra Nayak

ତୁଲାପଡା ଠାରେ ବ୍ଲକ ସ୍ତରୀୟ କ୍ରୀଡlଙ୍ଗନ୍ ପ୍ରଶିକ୍ଷଣ ଶିବିର ଉଦଯାପିତ

masiha

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!