ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

  ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ

  ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ

         ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ)ର ସ୍ନାତକୋତ୍ତର ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ମୋଟ ୪୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୩୩୨ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଶତକଡା ୮୦.୭୮% ପ୍ରତିଶତ ପାସ କରି ବିଶ୍ୱବିଦ୍ୟାଳୟର ଉତ୍ତମ ଶୈକ୍ଷିକ ବାତାବରଣର ପରିଚୟ ଦେଇଛନ୍ତି । ୩୧୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୧ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସୁଶ୍ରୀ ସଙ୍ଗୀତା ସ୍ଵାଇଁ ୦୯.୬୩ ଗ୍ରେଡ ରଖି ବିଶ୍ୱବିଦ୍ୟାଳୟ ଟପର ହୋଇଛନ୍ତି । କଳା ବିଭାଗରୁ ଦିପ୍ତୀମୟୀ ସ୍ୱାଇଁ (ସମାଜ ବିଜ୍ଞାନ), ବାଣିଜ୍ଯ ବିଭାଗରୁ ସଂଗୀତା ମୂର୍ମୁ ଓ ବିଜ୍ଞାନ ବିଭାଗରୁ ସୁଶ୍ରୀ ସଂଗୀତା ସ୍ୱାଇଁ (ପଦାର୍ଥ ବିଜ୍ଞାନ) ଟପର ହୋଇଛନ୍ତି । ସେହିପରି କଳା ବିଭାଗର ବର୍ଷାରାଣୀ ସାହୁ (ନୃତତ୍ତ୍ବ ବିଜ୍ଞାନ), ବନ୍ଦନା ସାହୁ (ଅର୍ଥନୀତି), ମିନାକ୍ଷୀ ମହାଖୁଡ (ଶିକ୍ଷା), ସୁଶ୍ରୀ ପାରମିତା ପଣ୍ଡା (ଇଂରାଜୀ), ମୁସ୍କାନ ଖାନସମା (ଭୂଗୋଳ), ସଂଗୀତା କଟା (ଇତିହାସ), ଇନ୍ଦୁମତି ଭୋଇ (ଓଡ଼ିଆ), ଶ୍ରୀତମ ତ୍ରିପାଠୀ (ରାଜନୀତି ବିଜ୍ଞାନ), ପାୟଲ ବେହେରା (ସଂସ୍କୃତ), ଦିପ୍ରୀମୟୀ ସ୍ୱାଇଁ (ସମାଜ ବିଜ୍ଞାନ), ବାଣିଜ୍ଯ ବିଭାଗର ସଂଗୀତା ମୂର୍ମୁ ଓ ବିଜ୍ଞାନ ବିଭାଗର ସ୍ଥିତିପ୍ରଜ୍ଞା ସ୍ୱାଇଁ (ନୃତତ୍ତ୍ବ ବିଜ୍ଞାନ), ଶେଫାଳୀ ପ୍ରଭା ଚଲାନ (ଉଦ୍ଭିଦବିଜ୍ଞାନ), ସଞ୍ଚିତା ପଣ୍ଡା (ରସାୟନ ବିଜ୍ଞାନ), ଶୋଫିଆ ବେଗମ (ଗଣିତ), ସୁଶ୍ରୀ ସଂଗୀତା ସ୍ୱାଇଁ (ପଦାର୍ଥ ବିଜ୍ଞାନ), ରାଜଲକ୍ଷ୍ମୀ କର (ପ୍ରାଣୀ ବିଜ୍ଞାନ) ବିଭାଗର ଟପର ହୋଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ପରୀକ୍ଷା ଫଳ ପ୍ରକାଶିତ ହେବାପରେ କୁଳପତି ତଥା ସମସ୍ତ କର୍ମଚାରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  

( ମ ନି ସ ) 

Related posts

ବାରମ୍ବାର ସରକାରୀ ଜମି ହଡପ ଅଭିଯୋଗ ହେବା ପରେ ପ୍ରଶାସନର ତତ୍ପରତା |ଷ୍ଟଲ, କୋଠା ଭାଙ୍ଗିବାକୁ ଜିଲ୍ଲାପାଳଙ୍କ ନୋଟିସ 

masiha

୨ ବସଷ୍ଟାଣ୍ଡରେ ଦୀର୍ଘ ଦିନରୁ ବନ୍ଦ ରହିଛି ଏଲଇଡି ଟିଭି।ମରାମତି ପାଇଁ ଚୁପ ରହିଛି ଏନଏସି କତ୍ତୃପକ୍ଷ୍ୟ

Sunil Chandra Nayak

ବ୍ୟକ୍ତି ନିର୍ମାଣ ର ନିର୍ମାତା ଥିଲେ ପଣ୍ଡିତ ରଘୁନାଥ ମିଶ୍ର: ଡଃ ଘାସିରାମ ମିଶ୍ର

Sunil Chandra Nayak

Leave a Comment

error: Content is protected !!