ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ବନରକ୍ଷୀ ଓ ବାନପାଳଙ୍କୁ ଗୁଳିମାଡ ଘଟଣାରେ ପ୍ରଶାସନର ନୀରବତା ପାଇଁ ୫ ଦଫା ଦାବିପତ୍ର ପ୍ରଦାନ

ରାୟଗଡ଼ା : ବିଗତ ଦିନରେ ଗୋଟିଏ ମାସରୁ କମ ବ୍ୟବଧାନ ମଧ୍ୟରେ ବାରିପଦା ସର୍କଲର ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ବନରକ୍ଷୀ ଶ୍ରୀ ବିମଳ କୁମାର ଜେନା ଏବଂ ବନପାଳ ଶ୍ରୀ ମାଥ୍ ହଂସଦା ଶିକାରୀଙ୍କ ଗୁଳିମାଡ଼ରେ ସହିଦ କର୍ମଚାରୀଙ୍କ ପ୍ରତି ପ୍ରଶାସନ ଏବଂ ବିଭାଗର ଅଧିକାରୀଙ୍କ ଅବହେଳା ଯୋଗୁଁ ଓଡିଶା ଅଣ- ଗେଜେଟେଡ୍ ବନ ସେବା ସଂଘ, ରାଜ୍ୟ ଶାଖାର ଡାକରାରେ ରାୟଗଡା ଶାଖା ପକ୍ଷରୁ ତା ୧୯.୦୬.୨୦୨୩ ରିଖରୁ ୦୮.୦୭.୨୦୨୩ ରିଖ ପର୍ଯ୍ୟନ୍ତ ପ୍ରତୀକ ଧାରଣା ଏବଂ ୧୦.୦୭.୨୦୨୩ ରିଖ ଠାରୁ ଭୁବନେଶ୍ବର ସ୍ଥିତ ଲୋୟର ପି.ଏମ୍.ଜି ଠାରେ କାର୍ଯ୍ୟବନ୍ଦ ସହ ସମୂହ ଧାରଣାରେ ବସିବା ନିମନ୍ତେ ଆଜି ଓଡିଶା ଅଣ- ଗେଜେଟେଡ୍ ବନ ସେବା ସଂଘ,ରାୟଗଡ଼ା ଶାଖା ସଭାପତି ନିରଞ୍ଜନ ସାରକାଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ରାୟଗଡ଼ାଙ୍କୁ ଏବଂ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବନଖଣ୍ଡ ଅଧିକାରୀ ରାୟଗଡ଼ାଙ୍କୁ ଏକ ୫ ଦଫା ସମ୍ବଳିତ ଦାବିପତ୍ର ଆଜି ପ୍ରଦାନ କରାଯାଇଛି ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଖିଳ ଭାରତୀୟ କବି ସମ୍ମିଳନୀ     

ପଥଚାରୀ ଙ୍କ ପାଇଁ କାଳ ସାଜିଛି ରାସ୍ତା କଡ ର ଶୁଖିଲା ଗଛ

masiha

ଜିଲ୍ଲା ବିଶ୍ୱାବସୁ ଶବର ସମାଜର ସ୍ୱାଗତ ସମ୍ପଦ୍ଧନା

masiha

Leave a Comment

error: Content is protected !!