ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗୀର ଜିଲ୍ଲାର ଶ୍ରେଷ୍ଠ ସମାଜସେବୀ ଭାବେ ଅଜିତ ସମ୍ବର୍ଦ୍ଧିତ 

ବଲାଙ୍ଗୀର ଜିଲ୍ଲାର ଶ୍ରେଷ୍ଠ ସମାଜସେବୀ ଭାବେ ଅଜିତ ସମ୍ବର୍ଦ୍ଧିତ 

କଣ୍ଟାବାଞ୍ଜି,୯|୫: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବାସିନ୍ଦା ବରିଷ୍ଠ ସାମାଜସେବୀ ଅଜିତ ଯୋଶୀ ଶୁକ୍ରବାର ଭୂବନେଶ୍ବର ଠାରେ ଓଡ଼ିଶାର ଏକ ଟେଲିଭିଜନ ଚ୍ୟାନେଲ ର ବାର୍ଷିକ ଉତ୍ସବ ରେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଙ୍କ କରକମଳ ରେ ବଲାଙ୍ଗିର ଜିଲ୍ଲାର ଶ୍ରେଷ୍ଠ ସମାଜସେବୀ ଭାବେ କଳିଙ୍ଗ ଗୌରବ ସମ୍ମାନ ରେ ସେ ସମ୍ମାନୀତ ହୋଇଛନ୍ତି। ସେ ସବୁ ବେଳେ ଅସାହାୟ ପାଇଁ ସାହାରା ହୋଇଥାନ୍ତି। ବର୍ତ୍ତମାନ ବଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଭାବେ ଦାଇତ୍ବ ତୁଲାଇ ଲୋକ ଙ୍କ ଦରଦୀ ବନ୍ଧୁ ଭାବେ ଅଞ୍ଚଳ ରେ ବେଶ ପରିଚିତ ଅଜିତ। ଅନାଥ ପିଲାମାନଙ୍କୁ ସେ ସବୁ ବେଳେ ସହାୟତ ହାତ ବଢ଼ାଇ ପାଠ ପଢି ବଡ ମଣିଷ ହେବା ସେ ରେ ରାସ୍ତା ଦେଖାଇଥାନ୍ତି। କୌଣସି ଲୋକ ଅସୁବିଧା ରେ ଥିବା ଖବର ପାଇବା ମାତ୍ରେ ତୁରନ୍ତ ସହାୟତ ହାତ ବଢାନ୍ତି ଅଜିତ। ସେଥିପାଇଁ ଅଜିତ ରାଜ୍ଯ ତଥା ରାଜ୍ଯ ବାହାରେ ଅନେକ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି। 

ଅଜିତ କଳିଙ୍ଗ ଗୈରବ ସମ୍ମାନ ରେ ସମ୍ବର୍ଦ୍ଧିତ ହେବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍

Related posts

ଦୁର୍ଗମ କଟୋଡ଼ି ଗାଁରେ ପୁଲିସ ଜନସମ୍ପର୍କ ଶିବିର

masiha

ପର୍ଲା ଠାରେ ଫାଣ୍ଡି ସ୍ଥାପନ ନେଇ ଜମି ଚିହ୍ନଟ

masiha

ନାଗାର୍ଜୁନ ମକର ଯାତ୍ରା ନିମନ୍ତେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!