ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, ୦୯/୦୫/୨୫ : ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ ଦୁର୍ଘଟଣା ହ୍ରାସ ଓ ସଡ଼କ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା।

   ବୈଠକରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ,ରାଉରକେଲା ପକ୍ଷରୁ ନିଜ ନିଜ ଅଞ୍ଚଳ ଅନ୍ତର୍ଗତ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିଥିଲେ। ବୈଠକରେ ଜିଲ୍ଲାରେ ବିଗତ ବର୍ଷ ଗୁଡ଼ିକ ସହିତ ଚଳିତ ବର୍ଷ ର ମୋଟର ଯାନ ଦୁର୍ଘଟଣା ସମ୍ପର୍କରେ ତଥ୍ୟ, ବିଭାଗୀୟ ଏନଫୋର୍ସମେନ୍ତ ପୋଲିସ ବିଭାଗ ସହିତ ଯୁଗ୍ମ ଏନଫୋର୍ସମେଣ୍ଟ, ରାତ୍ର କାଳୀନ ପାଟ୍ରୋଲିଂ, ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା, ବିଭିନ୍ନ କାରଣରୁ ଲାଇସେନ୍ସ ରଦ୍ଧ ଯଥା ବେନିୟମ ପାର୍କିଂ, ବିନା ହେଲ ମେଟ୍ ରେ ଗାଡି ଚାଳନା, ଗାଡ଼ି ଚଳେଇବା ସମୟ ରେ ମୋବାଇଲ ରେ କଥା ହେବା, ଓଭର ଲୋଡ଼ିଂ ଆଦି ତଥା ଦୁର୍ଘଟଣା ହ୍ରାସ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଆଦି ଉପରେ ଉପସ୍ଥାପନ କରାଯାଇଥିଲା। ସେହିପରି ବୈଠକରେ ମୋଟର ଯାନ ଦୁର୍ଘଟଣା କୁ ହ୍ରାସ କରିବା ନିମନ୍ତେ ବିଭାଗ ଦ୍ଵାରା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।  

   ବୈଠକ ରେ ସୋଲାସିୟମ ଯୋଜନା(solatium fund) ଉପରେ ଆଲୋଚନା କରାଯାଇଥିଲା। ଅଜଣା ଗାଡ଼ି ଧକ୍କା ର ଧକ୍କା ରେ ମୃତ୍ୟୁବରଣ ହୋଇଥିବା କିମ୍ବା ଆହତ ହୋଇଥିବା ଲୋକମାନଙ୍କୁ କିମ୍ବା ତାଙ୍କର ପରିବାର ଲୋକମାନଙ୍କୁ ସରକାରଙ୍କ ତରଫରୁ କ୍ରମାନ୍ୱୟରେ ୨ ଲକ୍ଷ ଟଙ୍କା ଏବଂ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। ବୈଠକ ରେ ବଡ଼ଗାଁ, କୁତ୍ରା ଆଦି ଅଞ୍ଚଳ ରେ ହେଉଥିବା ଦୁର୍ଘଟଣା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଏବଂ ଏହାର ପ୍ରତିକାର ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା। ସେହିଭଳି କିଛି ଅଞ୍ଚଳ ରେ ସର୍ଭିସ୍ ରୋଡ ର ଆବଶ୍ୟକତା, ହାଇ ୱେ ତଥା ବାଇପାସ୍ ରୋଡ ମାନଙ୍କରେ ଭାରି ଯାନ ଗୁଡ଼ିକର ବେନିନୀୟମ ପାର୍କିଂ ସମସ୍ୟା, ଜିଲ୍ଲା ର ବିଭିନ୍ନ କମ୍ପାନୀ ଅଞ୍ଚଳ ମାନଙ୍କରେ ବିଭିନ୍ନ ସମସ୍ୟା ଆଦି ଉପରେ ଆଲୋଚନା କରାଯାଇଥିଲା। 

     ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ପ୍ରେତ୍ୟକ ଅଂଶୀଦାର ତଥା ବିଭାଗୀୟ ଅଧିକାରୀ ମାନେ ବିଶେଷ ଧ୍ୟାନ ଦିଆଯିବାକୁ ଅତିଥି ମାନେ ଆଲୋଚନା କରିଥିଲେ ଏବଂ ବିଶେଷ କରି ଏନଫର୍ତ୍ସମେଣ୍ଟ କରାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ। ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହେନ୍ଦ୍ର ନାଥ ମୁର୍ମୁ,ସୁନ୍ଦରଗଡ଼ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅମିତ୍ ଟୁଡୁ, ରାଉରକେଲା ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଆଲୋକ ନାୟକ, ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀ, ଶ୍ରୀ ବୈଭବ ସାମନ୍ତ ସିଂହାର, ସୁନ୍ଦରଗଡ଼ ର ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିନବନ୍ଧୁ ସୁଣ୍ଡି, ଆଇ ଏମ୍ ଭି ଶ୍ରୀମତୀ ଦଲାନୀ ସା, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଟ୍ରକ ମାଲିକ ସଂଘ, ବସ ମାଲିକ ସଂଘ ର କର୍ମକର୍ତ୍ତା ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାମ ନ ସରିବା ପୁର୍ବରୁ କାନ୍ଥ ଫାଟି ଆଁ

Sunil Chandra Nayak

ପ୍ଲାଷ୍ଟିକ୍ ବୋତଲ ଓ ପ୍ଲାଷ୍ଟିକ୍ ଜାରକିନ୍ ରେ ତେଲ ବନ୍ଦ୍ ନିଷ୍ପତ୍ତିର ପୁନଃ ବିଚାର କରିବା ପାଇଁ ହେଉଛି ଦାବୀ

Sunil Chandra Nayak

ସନାତନ ସ୍ମୃତି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!