ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ 

କଳାହାଣ୍ଡି ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ 

ଭବାନୀପାଟଣା:-ତା.26.4.2025 – କଳାହାଣ୍ଡି ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷl ତଥା କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଧାୟିକା ନର୍ଲା ମନୋରମା ମହାନ୍ତି, ପୂର୍ବତନ ସାଂସଦ କଳାହାଣ୍ଡି ଅର୍କ କେଶରୀ ଦେଓ, ଜିଲ୍ଳାପାଳ ପାୱାର ସଚିନ ପ୍ରକାଶ, ବିଧାୟକ ସଦର ଙ୍କ ପ୍ରତିନିଧି ଧନୁର୍ଯୟ ଗହୀର, ବିଧାୟକ ଧର୍ମଗଡ଼ ଙ୍କ ପ୍ରତିନିଧି ହିମାଂଶୁ ପଣ୍ଡା, ଡି ଏଫ୍ ଓ କଲାଇ ବନାନ୍, ଡି ଡି ପ୍ଲୀନିଂ ଶ୍ରୀକାନ୍ତ ଦଳାଇ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ନିର୍ବାହୀ ଅଧିକାରୀ ପୌରପାଳିକା,ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ, ସମସ୍ତ ବ୍ଲକ ର ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣକରିଥିଲେ। ସାଂସଦ ଶ୍ରୀମତୀ ଦେଓ ସମସ୍ତ ବିଭାଗୀୟ ଉନ୍ନୟନ କାର୍ଯ୍ୟକ୍ରମ ର ସମୀକ୍ଷା କରିଥିଲେ। ବୈଠକରେ ମୁଖ୍ୟତଃ ଏମ୍ ଜି ଏନ୍ ଆର୍ ଇ ଜି ଏ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା ,ନୂତନ ରାସନକାର୍ଡ ବଣ୍ଟନ,ଜାତୀୟ ଖାଦ୍ୟ ସୁରକ୍ଷା, ପ୍ରଧାନମନ୍ତ୍ରୀ ଉଜ୍ଜଳା, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା,ପ୍ରି ମାଟ୍ରିକ,ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍, ସ୍ଵଚ୍ଛ ଭାରତ ମିଶନ, ଜଳ ଜୀବନ ମିଶନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ମାଣ ଶ୍ରମିକ, ମଧ୍ୟାହ୍ନ ଭୋଜନ, ଜଙ୍ଗଲ, ବିଦ୍ୟୁତ୍ ଯୋଗାଣ, ଅବକାରୀ, ସମଗ୍ର ଶିକ୍ଷା, ଶିଶୁ ସୁରକ୍ଷା, ମଧ୍ୟମ ଜଳସେଚନ ବିଭାଜନର , ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଅଗ୍ରଗତି ଇତ୍ୟାଦି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା ।ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ବିଭିନ୍ନ ବିଭାଗର ଅସମ୍ପୂର୍ଣ ଉନ୍ନୟନମୂଳକ ପ୍ରକଳ୍ପଗୁଡିକର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସାଂସଦ ଶ୍ରୀମତୀ ଦେଓ ପରାମର୍ଶ ଦେଇଥିଲେ l ଜିଲ୍ଲାର ଉନ୍ନତ ସ୍ୱାସ୍ଥ୍ୟ ସେବା ନିମନ୍ତେ ଖାଲିପଡିଥିବା ଆବଶ୍ୟକ ଡକ୍ଟର ପଦବୀ ପୂରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍କୁଲ ପାଖରେ ଥିବା ମଦ ଭାଟି କୁ ହଟାଇବା, ଅତି ବୟସ୍କ ଲୋକଙ୍କ ପେନସନ୍ ଦେବାର ସ୍ଵତନ୍ତ୍ର ସୁବିଧା କରିବା, ଅସମ୍ପୂର୍ଣ୍ଣ ଥିବା ଅଙ୍ଗନବାଡି କେନ୍ଦ୍ର, ସ୍ଵାସ୍ଥ୍ୟ ସେବା କେନ୍ଦ୍ର,ସ୍କୁଲ ଗୃହ,ରାସ୍ତା ର ତୁରନ୍ତ ପୂର୍ଣ୍ଣ ନିର୍ମାଣ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ବ୍ଳକ ଅଧ୍ୟକ୍ଷ ମାନେ ନିଜ ନିଜ ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ରହିଥିବା ସମସ୍ୟା ର ସମାଧାନ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।ଏଥିରେ ଦିଶା କମିଟିର ସଦସ୍ୟ ,ସଦସ୍ୟl, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପାଢି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।।

( ମ ନି ସ)

Related posts

ଖଣି ଅଞ୍ଚଳର ଲୋକଙ୍କ ବିକାଶ ପଥକୁ ଅନ୍ଯ ଅଞ୍ଚଳର ଲୋକେ କଣ୍ଟା ସାଜୁଛନ୍ତି: ବ୍ଳକ କଂଗ୍ରେସ

masiha

ଜାତୀୟ ସେବା ଯୋଜନା ଦ୍ବାରା ସଡ଼କ ସୁରକ୍ଷା ସଚେତନତା ପଥ ପରିକ୍ରମା

Sunil Chandra Nayak

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳି ପାଲଟିଛି ରେଙ୍ଗାଳପାଲି ଯାତ୍ରୀ ବିଶ୍ରାମଗାର, ପୋଲିସ ପେଟ୍ରୋଲିଂ ଦାବି

Sunil Chandra Nayak

Leave a Comment

error: Content is protected !!