ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ସଂଘ ପକ୍ଷରୁ ୬ ଦଫା ଦାବି ପତ୍ର ପ୍ରଦାନ

ଶିକ୍ଷକ ସଂଘ ପକ୍ଷରୁ ୬ ଦଫା ଦାବି ପତ୍ର ପ୍ରଦାନ

 ରୁପ୍ରା, ୨/୮ (ଅଜୟ ସେନାପତି) : ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଟା) ଓ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୬ ଦଫା ଦାବିନେଇ ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଗୋବର୍ଦ୍ଧନ ମାଝୀଙ୍କ ଜରିଆରେ ଶନିବାର ପ୍ରଦାନ କରିଥିବା ଜଣାପଡିଛି । ଓଷ୍ଟା ରାଜ୍ୟ ସମ୍ପାଦକ ଶ୍ରୀ ମୃତ୍ୟୁଞ୍ଜୟ ବେହେରା ଓ ନର୍ଲା ବ୍ଲକ ସମ୍ପାଦକ ଶ୍ରୀ ବିକ୍ରମ ଗୌଡଙ୍କ ନେତୃତ୍ବରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସଂଗ୍ରାମୀ ଶିକ୍ଷକ ମାନେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ମାଝୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ସହ ସମ୍ପାଦକ ଶ୍ରୀ ତୁଷାର କୁମାର ସାହୁ ଓ ଶ୍ରୀ ତେଜରାଜ ସାହୁ, ଇସି ସଦସ୍ୟ ସୁବାଷ ଚନ୍ଦ୍ର ପଧାନ, ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ସେନାପତି ଓ ଶିକ୍ଷକ ଶ୍ରୀ ସର୍ବେଶ୍ବର ଭୋଇଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଉପସ୍ଥିତ ଥିଲେ। ସେହିପରି ରାଜ୍ୟ ଓଷ୍ଟା ସମ୍ପାଦକ ଶ୍ରୀ ବେହେରାଙ୍କ ସୂଚନା ମୁତାବକ ଓଡିଶାର ୩୧୪ଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଏହି ଦାବୀପତ୍ର ଶନିବାର ଦିନ ପ୍ରଦାନ କରାଯାଇଛି।

 

Related posts

ଜେଡିସିଏ  କେବେ ଆକ୍କସନ ନେବେ,ସରକାରୀ ପ୍ରୟୋଗଶାଳାକୁ ଅଚଳ କରିଥିବା ଦୋଷୀ ପ୍ରତି ?

masiha

ଆରଦା ରାଜସ୍ୱ ଗ୍ରାମର ସୀମା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବୀ

Senior Journalist Bulei Behera awarded

masiha

Leave a Comment

error: Content is protected !!