ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି କୋଷାଗୁମୁଡା ବ୍ଲକ ସଦର ମହକୁମା! ମୋଦି ଜି ଙ୍କ ସ୍ୱଚ୍ଛ ଭାରତ ସ୍ବପ୍ନ ସାକାର ହେବ ବା କେବେ ?

ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି କୋଷାଗୁମୁଡା ବ୍ଲକ ସଦର ମହକୁମା! ମୋଦି ଜି ଙ୍କ ସ୍ୱଚ୍ଛ ଭାରତ ସ୍ବପ୍ନ ସାକାର ହେବ ବା କେବେ ?

ନବରଙ୍ଗପୁର:(୧୧/୫)(ରବି ନାରାୟଣ ମହାନ୍ତି)ସ୍ୱଚ୍ଛ ପରିବେଶ ପାଇଁ ପରିମଳ ବ୍ୟବସ୍ଥା ପରିଚାଳନା ନିତ୍ୟାନ୍ତ ଜରୁରୀ । ଏହାର ଅଭାବରେ ବାତାବରଣ ଦୂଷିତ ହୋଇଯାଏ। ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପରିବେଶ ସ୍ୱଚ୍ଛ ରଖିବାକୁ ସରକାର ସ୍ୱଚ୍ଛ ଭାରତ ମିଶନ ତରଫରୁ ଏହା ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷେ ପଞ୍ଚାୟତ ପାଣ୍ଠି ମଧ୍ୟରେ ଏସ.ଏଫ୍. ସି ଓ ସି.ଏଫ୍.ସି ପାଣ୍ଠି ଅର୍ଥ ବ୍ୟୟ ପ୍ରାବଧାନ ରହିଛି। ଏସବୁ ସତ୍ତ୍ୱେ ଦୀର୍ଘ ଦିନ ରୁ କୋଷାଗୁମୁଡା ସଦର ମହକୁମା ପରିବେଶ ଓ ଏହାର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି। ସଦର ଗାଁ ମୁଣ୍ଡ ମୁଖ୍ୟ ରାସ୍ତା ଆରମ୍ଭରୁ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ବର୍ଜ୍ୟବସ୍ତୁ ରାସ୍ତାର ଉଭୟ ପାର୍ଶ୍ବରେ ପଡ଼ି ରହିଛି। କୋଷାଗୁମୁଡା ସଦର ମହକୁମା ର ସମସ୍ତ ଗଳି କନ୍ଦି ରାସ୍ତା ଉପରେ ଅଦରକାରୀ ବର୍ଜ୍ୟବସ୍ତୁ ଓ ଅଳିଆ ଆବର୍ଜ୍ଜନା କୁଢ଼ କୁଢ଼ ଜମା ହୋଇ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ପଞ୍ଚାୟତ ପ୍ରଶାସନ ପକ୍ଷରୁ ସଦର ମହକୁମା ପରିବେଶ ନିର୍ମଳ ରଖିବାକୁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଇ ନାହିଁ। ସଦର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ କିରାନା ଦୋକାନ ହୋଟେଲ ମୋଟର ଗେରେଜ ଛୋଟ ଛୋଟ ଠେଲା ହୋଟେଲ ରୁ ପ୍ରତିଦିନ ବାହାରୁଥିବା କୁଢ କୁଢ ଆବର୍ଜନା ରାସ୍ତା ପାର୍ଶ୍ଵ ରେ ପଡିରହିଥିବା ଦେଖିବାକୁ ମିଳୁଛି । ବର୍ଷା ପାଣି ଡ୍ରେନରେ ପଡ଼ିବା ପରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଯୋଗୁଁ ଆବର୍ଜ୍ଜନା ସହ ଦୂଷିତ ପାଣି ବର୍ଷା ଦିନେ ସଦର ମୁଖ୍ୟ ରାସ୍ତାରେ ଭାସୁଛି। ଆବର୍ଜ୍ଜନା ଗୃହ ନିର୍ମାଣ ହୋଇ ବ୍ୟବହାର ନହୋଇ ପଡି ରହିଛି।ଏପଟେ କୁଢ଼ କୁଢ଼ ଅଳିଆ ଆବର୍ଜନା କୋଷାଗୁମୁଡା ବ୍ଲକ ସଦର ମହକୁମାରେ ପଡିରହିଛି |ହେଲେ କୌଣସି ପ୍ରଶାସନିକ ଅଧିକାରୀ ଏଥି ପ୍ରତି କୌଣସି ପଦକ୍ଷେପ ନେଉ ନାହାନ୍ତି | ଆଗକୁ ବର୍ଷା ଋତୁର ଆଗମନ ରହିଥିବାରୁ ବ୍ଲକ ସଦର ମହକୁମାବାସୀ ଆବର୍ଜନା ଓ ବର୍ଜ୍ୟବସ୍ତୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି | ଯଦି ବର୍ଷା ଆଗମନ ପୂର୍ବରୁ ଏସବୁ ଅଳିଆ ଆବର୍ଜନା ସଫା କରାନଯାଏ, ତେବେ ଡ୍ରେନ ସବୁ ଅଳିଆ ଆବର୍ଜନାରେ ଭର୍ତ୍ତି ହେବା ସହିତ ଘରେ ଘରେ ଆବର୍ଜନା ପାଣି ପଶିବାର ଢେର ସମ୍ଭାବନା ରହିଛି |ତେଣୁ ପରିମଳ ବିଭାଗ ଏ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି | ଛବିଶ ଗୋଟି ପଂଚାୟତବାସୀ କୋଷାଗୁମୁଡା କୁ ନିର୍ଭର କରି ତାଙ୍କ ବିଭିନ୍ନ ସରକାରୀ କାର୍ଯ୍ୟ ହାସଲ ପାଇଁ କୋଷାଗୁମୁଡା କୁ ପ୍ରତିଦିନ ଯିବାଆସିବା କରନ୍ତି,କିନ୍ତୁ କୋଷାଗୁମୁଡା ସଦର ରେ ଏଭଳି ଆବର୍ଜନା ପଡ଼ିଥିବା ଦେଖି ଚିନ୍ତା ପ୍ରକଟ କରିଥିବା ଜଣା ପଡିଛି। ଓଡିଶା ସରକାର ବା କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ନିର୍ମାଣ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତି କରୁଛି, କିନ୍ତୁ ବାସ୍ତବରେ ତୃଣମୂଳ ସ୍ତର ରେ ଯୋଜନା କାର୍ଯ୍ୟକାରୀ ହେବାରେ ଫେଲ ମାରୁଛି ଯାହାପାଇଁ ଦାୟୀ କିଏ ଏଠି ବଡ଼ ପ୍ରଶ୍ନ ? ଗୋଷ୍ଠୀଉନ୍ନୟନ ଅଧିକାରୀ କୋଷାଗୁମୁଡା ରେ ରହି ମଧ୍ୟ ତାଙ୍କ ନଜର ରେ ସଦର ମହକୁମା ର ବିପର୍ଯ୍ୟସ୍ତ ଅବସ୍ଥା ବା ଡ୍ରେନ ସଫା ସୁତୁରା ଭଳି ଦୃଶ୍ୟ ପଡୁନାହିଁ କେମିତି ତାହା ଅଂଚଳବାସୀଙ୍କ ପାଇଁ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଅକ୍ଟୋବର ୨ ତାରିଖ ଦିନ କେବଳ ସ୍ଵଛ ଭାରତ ଦିବସ ପାଳନ କରିବା ପାଇଁ ସରକାରୀ ବାବୁ ମାନେ ଆଗଧାଡି ରେ ଧଳା ଟି-ସାର୍ଟ ପିନ୍ଧି କିଛି ସ୍ଥାନ ରେ ଝାଡୁ ଧରି ଆବର୍ଜନା ସଫା କରିବା ଦୃଶ୍ୟ ବହୁମାତ୍ରା ରେ ଦେଖିବାକୁ ମିଳିଥାଏ ,ତାପରେ ଆଉ କାହାକୁ ସ୍ୱଛତା ଉପରେ ଚିନ୍ତା ବା କାମ କରିବାକୁ ଦେଖିବାକୁ ମିଳେନାହିଁ ବୋଲି ବୁଦ୍ଧିଜୀବୀ ମହଲ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଖବର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇବେ କି ବ୍ଲକ ପ୍ରଶାସନ ବା ପଂଚାୟତ ପ୍ରଶାସନ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସମଗ୍ର ଶିକ୍ଷା ପକ୍ଷରୁ ଢେଙ୍କାନାଳ ଜିଲ୍ଳାସ୍ତରୀୟ ପି ଏମ୍ ଶ୍ରୀ ସ୍କୁଲ୍ ସମୂହର ଏକଦିବସୀୟ ମଡେଲ୍ ସଂସଦ କାର୍ଯ୍ୟକ୍ରମ -୨୦୨୫ ଉଦ୍ ଯାପିତ 

Sunil Chandra Nayak

ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ

masiha

କଳାହାଣ୍ଡି ଲେଖକ କଳା ପରିଷଦର ବିଷୁବ ମିଳନ-୨୬ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!