ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଅତିରିକ୍ତ ସଚିବଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ହିତାଧିକାରୀଙ୍କୁ କର୍ମସ୍ଥଳରେ ପଞ୍ଜିକରଣ କରାଯାଇ ପରିଚୟ ପତ୍ର ପ୍ରଦାନ

ଓଡ଼ିଶା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଅତିରିକ୍ତ ସଚିବଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ
ହିତାଧିକାରୀଙ୍କୁ କର୍ମସ୍ଥଳରେ ପଞ୍ଜିକରଣ କରାଯାଇ ପରିଚୟ ପତ୍ର ପ୍ରଦାନ

ସୁନ୍ଦରଗଡ଼, ୧୩/୦୫/୨୫: ଆଜି ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ସଚିବ ଶ୍ରୀ ରାଜେଶ କୁମାର ଅଗ୍ରୱାଲ ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। 

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ସଚିବ ଶ୍ରୀ ଅଗ୍ରୱାଲ ଜିଲ୍ଲା ର ବିଭିନ୍ନ କୋଠାବାଡ଼ି ଏବଂ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଓଡ଼ିଶା କୋଠାବାଡ଼ି ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫ ରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟତା ଯଥା – ମୃତ୍ୟୁ କାଳୀନ ଏବଂ ଅନ୍ତେଷ୍ଟି କ୍ରିୟା ସହାୟତା, ବିବାହ ସହାୟତା, ପ୍ରସୂତି କାଳୀନ ସହାୟତା, ଶିକ୍ଷା ସହାୟତା ଆଦି ଉପରେ ହିତାଧିକାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ସେହିଭଳି ୨୩ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ରେ ସେମାନଙ୍କୁ ତୁରନ୍ତ ପଞ୍ଜିକରଣ କରାଯାଇ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ସେହିଭଳି ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ର ମୋବାଇଲ ଆପ ମାଧ୍ୟମରେ ଶ୍ରମିକ ମାନେ ନିଜର ପଞ୍ଜିକରଣ କରିବା ସହିତ ବିଭାଗ ଦ୍ଵାରା ଶ୍ରମିକ ମାନଂକ ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ଆଦି ଗୁଡିକରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇ ତାହାର ଲାଭ ନେବାକୁ ଶ୍ରମିକ ମାନଙ୍କୁ କହିଥିଲେ। 

  ଏଥି ସହିତ ଅତିରିକ୍ତ ସଚିବ ଶ୍ରୀ ଅଗ୍ରୱାଲ ଜିଲ୍ଲା ଶ୍ରମ ବିଭାଗ ଅନ୍ତର୍ଗତ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ଜନସାଧାରଣଙ୍କର ସମସ୍ୟା ଗୁଡ଼ିକର ତ୍ଵରିତ ସମାଧାନ କରିବା ଦିଗରେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ଏହି ଦିନିକିଆ ଜିଲ୍ଲା ଗସ୍ତ ସମୟରେ ବିଭାଗୀୟ ଶ୍ରମ ଆୟୁକ୍ତ ସୁନୀତା କିସାନ, ରାଉରକେଲା ସହାୟକ ଶ୍ରମ ଅଧିକାରୀ ହେମନ୍ତ ପ୍ରଧାନ, ସୁନ୍ଦରଗଡ଼ ସହାୟକ ଶ୍ରମ ଅଧିକାରୀ ଗୌରହରି ତାଣ୍ଡି, ରାଜଗାଙ୍ଗପୁର ର ସହାୟକ ଶ୍ରମ ଅଧିକାରୀ ସଂଗୀତା ବାହଲା, ସବଡେଗା ର ସହାୟକ ଶ୍ରମ ଅଧିକାରୀ ସୁଦୀପ୍ତ ସାହାଣୀ, କୁତ୍ରା ର ସହାୟକ ଶ୍ରମ ଅଧିକାରୀ ରାଜେଶ୍ ଟେଟେ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୀଲମ ଫାଉଣ୍ଡେସନର ବିଶ୍ବଶାନ୍ତି ମହାଯଜ୍ଞ

Sunil Chandra Nayak

ଋତୁସ୍ରାବ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

9-Year-Old Boy Dies Due to Blood Denial at Odisha Blood Centre

masiha

Leave a Comment

error: Content is protected !!