ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସାମ୍ୟତା ସମ୍ପର୍କିତ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ 

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସାମ୍ୟତା ସମ୍ପର୍କିତ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ 

ରାୟଗଡ ତା ୧୪.୫.୨୦୨୫ //     ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଓ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ବ୍ଲକ ସଦଭାବନା ସଭା ଗୃହରେ ବ୍ଲକ ସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାୟଗଡା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ମନୋଜ କୁମାର ନାହାକ , ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ପ୍ରଦୋଷ ରଞ୍ଜନ ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁଜିତ କୁମାର ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।

     ଜାତୀୟ ଓ ରାଜ୍ଯ ବିପର୍ଯ୍ୟୟ ପରିଚାଳନା ଆଇନରେ ଥିବା ବ୍ୟବସ୍ଥା ଓ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା । ପୂରୁଷ ପ୍ରଧାନ ସମାଜରେ ବିପର୍ଯ୍ୟୟର ପରିଚାଳନା କ୍ଷେତ୍ରରେ ମହିଳା, ଭିନ୍ନକ୍ଷମ, ତୃତୀୟ ଲିଙ୍ଗୀ ଓ କିଶୋରୀବାଳିକାଙ୍କ ସ୍ବଳ୍ପ ଅଂଶଗ୍ରହଣର କାରଣ ଓ ଫଳାଫଳ ତଥା ଅନ୍ତର୍ଭୁକ୍ତିକରଣ ଦ୍ବାରା ବିପର୍ଯ୍ୟୟ ସମୟରେ ବିଷୟରେ ଦଳଗତ ଆଲୋଚନା ହୋଇଥିଲା ।

      ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ରାଜସ୍ବ, ପୋଲିସ, ଗ୍ରାମ ପଞ୍ଚାୟତ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି, ବେସରକାରୀ ଅନୁଷ୍ଠାନ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

    ରାୟଗଡା ଜିଲ୍ଲାରେ ବନ୍ୟା, ବିଜୁଳି ଓ ଘଡଘଡି, ସାପକାମୁଡା, ପାଣିରେ ବୁଡ଼ି ମୃତ୍ଯୁବରଣ ସହ ରକ୍ତହୀନତା, ବାଲ୍ୟ ବିବାହ ଆଦି ସମ୍ଭାବ୍ଯ ବିପର୍ଯ୍ୟୟ, ଏବଂ ପ୍ରାକୃତିକ ଓ ମନୁଷ୍ଯକୃତ ବିପର୍ଯ୍ୟୟ ଓ ତାହାର ମୁକାବିଲା ଆଦି ବିଷୟ ଆଲୋଚନାର ପରିସରଭୁକ୍ତ ହୋଇଥିଲା । ସମ୍ବଳବ୍ୟକ୍ତି ପାୱାରପଏଣ୍ଟ ମାଧ୍ୟମରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ବ୍ଳକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାରେ ମହିଳା ଓ ତୃତୀୟ ଲିଙ୍ଗ ବ୍ୟକ୍ତିଙ୍କୁ ସାମିଲ କରିବାସହ ଅଞ୍ଚଳରେ ଥିବା ସମ୍ବଳ ଓ ଯୁବ ସ୍ଵେଚ୍ଛାସେବୀ ଚିହ୍ନଟ କରି ସେମାନଙ୍କୁ ପ୍ରାଥମିକ କୌଶଳ ତାଲିମ ପ୍ରଦାନ ର ଆବଶ୍ୟକତା ବିଷୟରେ ଆଲୋଚନା ହୋଇଥିଲା। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପ୍ରଥମ ଦିନରେ ଦୁଇଟି ପଦବୀରେ ନାମାଙ୍କନ

masiha

ପୋଖରୀରେ ବୁଡ଼ି ବୃଦ୍ଧା ମୃତ

masiha

ଏମଜିଏନଆରଏଜିଏରେ ପ୍ରଶାସନିକ କଣ୍ଟିଜେନ୍ସି କିଣାରେ ଅନିୟମିତତାର ତଦନ୍ତ ଦାବି 

masiha

Leave a Comment

error: Content is protected !!