ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପରମ୍ପରାର ପୂଣ୍ୟ ପର୍ବ ଚନ୍ଦନ ଯାତ୍ରା : ଅସ୍ତି ଚନ୍ଦନ ଯାତ୍ରା ଉଦଘାଟିତ 

ଓଡ଼ିଆ ପରମ୍ପରାର ପୂଣ୍ୟ ପର୍ବ ଚନ୍ଦନ ଯାତ୍ରା : ଅସ୍ତି ଚନ୍ଦନ ଯାତ୍ରା ଉଦଘାଟିତ

ବସ୍ତା ୧୪/୫, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ପୂଣ୍ୟ ପର୍ବ ହେଉଛି ଚନ୍ଦନ ଯାତ୍ରା।ଏଥିରେ ଲୀଳାମୟ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ସହିତ ଭକ୍ତଗଣ ପ୍ରେମ ଓ ଆବେଗ ଭରା ହୃଦୟରେ ପୋଖରୀ ଓ ନଦୀରେ ନାଵ କେଳି କରି ଏକ ଅମୀୟ ଭାବନା ଅନୁଭବ କରି ଥାନ୍ତି ବୋଲି ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ସୁବର୍ଣ୍ଣ ରେଖା ଦ୍ଵିତୀୟ ସେତୁ ନିକଟ ସାର୍ବଜନୀନ ଚନ୍ଦନ ଉତ୍ସବ ଓ ତୃତୀୟ ମୈତ୍ରୀ ମହୋତ୍ସବକୁ ଅତିଥି ମାନେ ଉଦଘାଟନ କରି ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।ବୁଧବାର ଚନ୍ଦନ ଯାତ୍ରା କମିଟିର ସଭାପତି ସରପଞ୍ଚ ଶରତ ଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ବାଲିଆପାଳ ଥାନାଧିକାରୀ ଗୋବିନ୍ଦ ବେହେରା , ସମ୍ମାନିତ ଅତିଥି ସମାଜସେବୀ ତୁଷାର କାନ୍ତ ବେହେରା , ବାଲିଆପାଳ ଇତିହାସ ପୁସ୍ତକର ଲେଖକ ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ଗିରି, ପୂର୍ବତନ ସରପଞ୍ଚ ଜନାର୍ଦ୍ଦନ ଅଣ୍ଡିଆ, ଶିକ୍ଷାବିତ ସନ୍ତୋଷ କୁମାର ଦାସ, ଚୌମୁଖ ରାମ ପ୍ରସାଦ ହାଇ ସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁଧାଂଶୁ କୁମାର ପାଞ୍ଝା, ଡାଙ୍ଗରପଡା ହାଇ ସ୍କୁଲର ପ୍ରଧାନଶିକ୍ଷକ ସମର ରଞ୍ଜନ ଜେନା, ସମାଜସେବୀ ତଥା ବିଶିଷ୍ଟ ବ୍ୟବସାୟୀ ସୌମ୍ୟଦୀପ ଚକ୍ରବର୍ତ୍ତୀ, ଅସ୍ତି ସରପଞ୍ଚ ତୃପ୍ତି ଲେଖା ଜେନା, ସମିତି ସଦସ୍ୟା ହରପ୍ରିୟା ପାତ୍ର ପ୍ରମୁଖ ଯୋଗ ଦେଇ ଉଦବୋଧନ ପ୍ରଦାନ କରିଥିଲେ। କମିଟି ସଦସ୍ୟ ରାଧାକୃଷ୍ଣ ଜେନା ମଞ୍ଚ ଆହ୍ୱାନ, ସରପଞ୍ଚ ପ୍ରତିନିଧି ହରେକୃଷ୍ଣ ଜେନା ସ୍ୱାଗତ ଭାଷଣ ଓ ସଦସ୍ୟ ମାନସ ଦାସ ବିବରଣୀ ପ୍ରଦାନ କରିଥିଲେ। ଚନ୍ଦନ ପଡିଆରେ ଏକ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ ଅତିଥି ମାନେ ସହାୟତା କରିବେ ବୋଲି ପ୍ରତିଶୃତି ଦେଇ ଥିଲେ । କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ମାନେ ପ୍ରମୁଖ ପରିଚାଳନା କରିଥିଲେ। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିଶୋର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପଞ୍ଚତତ୍ତ୍ବରେ ଲୀନ ହେଲେ ଯାତ୍ରା ଜଗତର ମହାନ କଳାକାର

masiha

ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

masiha

ଫେସ୍‌ବୁକ୍‌ ‘ଆମ ପରିବାର’ ପକ୍ଷରୁ ରକ୍ତଦାନ ଶିବିର 

masiha

Leave a Comment

error: Content is protected !!