ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଶୀ ମଦ ଜବତ: ୨ ଗିରଫ୍ 

ଦେଶୀ ମଦ ଜବତ: ୨ ଗିରଫ୍ 

ବସ୍ତା,୧୪।୫: ପୋଡ଼ଶୀ ମୟୁରଭଂଜ ଜିଲାରୁ ଦେଶୀମଦ ନେଇ ଦୁଇ ମଦ ବେପାରୀ ଏକ ବାଇକ ଯୋଗେ ଅମର୍ଦ୍ଦାରୋଡ଼ ବଜାର ଦେଇ ସରିଷା ଗ୍ରାମକୁ ଯିବା ସମୟରେ ବସ୍ତା ଅବକାରି ବିଭାଗ ପକ୍ଷରୁ ଅମର୍ଦ୍ଦାରୋଡ଼ ରେଳ ଷ୍ଟେସନ ନିକଟରେ ଚଢାଉ କରାଯାଇ ଦୁହିଙ୍କୁ ଗିରଫ୍ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଏକ ବାଇକ ସମେତ ୮.୧୦୦ ଲିଟର ଦେଶୀମଦ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ସରିଷା ଗ୍ରାମର ରାଜକିଶୋର ବେହେରା(୩୭) ଏବଂ ରାସଗୋବିନ୍ଦପୁର ଥାନା କଣ୍ଡରାଶୋଳ ଗ୍ରାମର ରବୀନ୍ଦ୍ର ପ୍ରମାଣିକ। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ୨୩/୨୫ ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଛି। ଉକ୍ତ ଚଢାଉ ସମୟରେ ଅବକାରି ଥାନା ଅଧିକାରିଣୀ ଗାଙ୍ଗୋମଣି ହେମ୍ବ୍ରମ, ଏ ଏସ ଆଇ ଦିଲ୍ଲୀପ କୁମାର ଟୁଡ଼ୁଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ। 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଇଘର ବ୍ଲକ୍ କାଉଡୋଳା ପଞ୍ଚାୟତରେ ବେଧଡକ୍ ଚାଲିଛି ଗଞ୍ଜେଇ ଚାଷ , ପୁଣି ୧୦୦୦୦ ରୁ ଉର୍ଧ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ବିଭାଗ       

masiha

ବନ୍ଧୁଗାଁ ରେ ମାଓ ପୋଷ୍ଟର ! 

masiha

ଏକ୍ସ କ୍ୟାଡର ଶିକ୍ଷକଙ୍କ ଆତ୍ମହତ୍ୟା

masiha

Leave a Comment

error: Content is protected !!