ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବାହ ର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା .. ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ …

ବିବାହ ର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା ..

ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ …

ରାଉରକେଲା: ବିବାହ ପ୍ରତିଶ୍ରୁତି ଦେଇ ବଳତ୍କାର କରିବା ପଡିଲା ମହଙ୍ଗା। ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ରାଉରକେଲା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ପି ସୂର୍ଯ୍ୟା ରାଓ । ସୂଚନାଯୋଗ୍ୟ ଯେ ୨୦୨୦ ଜୁଲାଇ ୬ ତାରିଖ ଦିନ ରାତିରେ ପୀଡ଼ିତା ଲାଠିକଟା ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ବିଶ୍ରା ଥାନା ଅନ୍ତର୍ଗତ ରତିକଣି ଗ୍ରାମର ଶୁକରାମ ନାଗ ସହ ପୀଡ଼ିତାଙ୍କ ୨ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ବିବାହ ର ପ୍ରତିଶ୍ରୁତି ଦେଇ ଶୁକରାମ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଫଳରେ ସେ ୭ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ ବର୍ତ୍ତମାନ ଶୁକରାମ ବିବାହ କରିବାକୁ ମନା କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ଶୁକରାମ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ପ୍ରମାଣ ଓ ତଥ୍ୟ କୁ ଭିତ୍ତିକରି ଆସାମୀ ଶୁକରାମ କୁ ୧୦ ବର୍ଷ କାରାଦଣ୍ଡ ଓ ପୀଡ଼ିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ରାଶି ନଦେଲେ ଅଧିକ ୨ ବର୍ଷ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ସୁଦାମ କୁମାର ଦାଶ ଓ ବିଜୟ କୁମାର ଦାସ ପରିଚାଳନା କରୁଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଗଣେଶ କଲେଜରେ ବିଶ୍ୱ ଏଡ୍ସ ଦିବସ ଓ ନୂତନ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

masiha

କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ବୈଠକ। ସମଗ୍ର ଜିଲ୍ଲାର ବାର୍ଷିକ ଖସଡ଼ା ସର୍ବମୋଟ ୪୩୧୮,୬୫ କୋଟି ସର୍ବସମ୍ମତି ରେ ଅନୁମୋଦନ …

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

masiha

Leave a Comment

error: Content is protected !!