ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ବୀର ସୈନିକ ମାନଙ୍କ ଅଦମ୍ୟ ସାହସ ଓ ପରାକ୍ରମକୁ ସମ୍ମାନ ଜଣାଇ ଶୋଭାଯାତ୍ରା

ରାୟଗଡ /୧୫/୦୫ ପହଲଗାଁ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୁର ଜରିଆରେ ଆତଙ୍କୀ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ୱ ସମ୍ପର୍କରେ ଦେଶବାସୀ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ଅବସରରେ ଭାରତୀୟ ସେନାର ମନବଳକୁ ଆହୁରି ଦୃଢ଼ କରିବା ଓ ଆମ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ “ପରାକ୍ରମ ଶୋଭାଯାତ୍ରା” ଆୟୋଜିତ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି ଶୋଭାଯାତ୍ରାକୁ ଶ୍ରୀମତୀ ପାରୁଲ ପଟାୱରୀ, ଜିଲ୍ଲାପାଳ, ରାୟଗଡ଼ ମୁଖ୍ୟ ଅତିଥି ଭlବରେ ଯୋଗଦାନ କରି ମୋଟର ସାଇକେଲ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଶ୍ରୀ ନବୀନ ଚନ୍ଦ୍ର ନାୟକ,ଅତିରକ୍ତ ଜିଲ୍ଲାପାଳ, ରାୟଗଡ଼, ଶ୍ରୀ ନିହାର ରଞ୍ଜନ କହଁର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ଶ୍ରୀ ରମେଶ କୁମାର ଜେନା, ଉପଜିଲ୍ଲାପାଳ,ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ପ୍ରକଳ୍ପ ପ୍ରଶାସକ, ଆଇଟିଡ଼ିଏ, ରାୟଗଡ଼, ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତି ଥିଲେ l ଏହି ଶୋଭାଯାତ୍ରାରେ ସିଆରପିଏଫ ବାହିନୀ, ସ୍ଥାନୀୟ ପୋଲିସ, ରାୟଗଡ଼ ମହାବିଦ୍ୟାଳୟ ମହିଳା ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ପଦାଧିକାରୀ,ଦଳଗତ ନିର୍ବିଶେଷରେ ବିଭିନ୍ନ ଦଳର କର୍ମକର୍ତ୍ତା, ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘ, ପ୍ରେମ ପାହାଡ଼ ୱାକର୍ଷ କ୍ଲବ, ଜିସିଡ଼ି ୱାକର୍ଷ କ୍ଳବ, ବିକଳ୍ପ ସଙ୍ଘ, ନlଗlବଳି ଲୟନ୍ସ କ୍ଲବ, ଶକ୍ତି ବାହନି, ବ୍ରାହ୍ମଣ ସହିତ, ପୌର ପରିଷଦର ଉପ ନଗରପାଳ ଓ ପରିଷଦ ବର୍ଗ, ରାୟଗଡ ଜନସାଧାରଣ, ସାମ୍ବାଦିକ ଆଦି ବହୁ ସଂଖ୍ୟାରେ ଯୋଗଦାନ କରି ଭାରତମାତାକି ଜୟ ଧ୍ୱନିରେ ଜିଲ୍ଲାପାଳଙ୍କ ଛକରୁ ବାହାରି ବ୍ଲକ ଛକ, ସାଇ ଇଣ୍ଟେରନେଶୀନାଲ ଛକ ରୁ ରିଳା୍ୟାନ୍ସ ଜିଓ ମାର୍ଟ ଛକରୁ ପ୍ରତ୍ୟାବର୍ତନ କରି କପିଳାଶ ଛକ ରୁ ରେଲୱେଇ ଅଭର ବ୍ରିଜ ଦେଇ କୋରାପୁଟ ଛକ ଟାଉନ ଥାନା ଦେଇ ସ୍ଥାନୀୟ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ ପର୍ଯ୍ୟନ୍ତ ଯାଇଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦୁଇଦିନିଆ ମାଗଣା ଚେସ ତାଲିମ ଉଦଘାଟିତ 

Sunil Chandra Nayak

ଗଠନ ହେଲା ଶିକ୍ଷକ ସମନ୍ୱୟ କମିଟି 

masiha

ରାଉରକେଲା ଆଇନ ମହାବିଦ୍ୟାଳୟ କୁ ବି ଗ୍ରେଡ୍ ମାନ୍ୟତା, ଶୁଭେଚ୍ଛା ର ସୁଅ…

Sunil Chandra Nayak

Leave a Comment

error: Content is protected !!