ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି:ଇନ୍ଦ୍ରାବତୀରୁ ରବି ଜଳ ସେଚନ ବନ୍ଦ ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳ ଭଣ୍ଡାର

କଳାହାଣ୍ଡି:ଇନ୍ଦ୍ରାବତୀରୁ ରବି ଜଳ ସେଚନ ବନ୍ଦ ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳ ଭଣ୍ଡାର

କଳାହାଣ୍ଡି ଜିଲ୍ଲାର କୃଷି କ୍ଷେତ୍ରରେ ବିକାଶ ପାଇଁ ବରଦାନ ସାଜି ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷର ରବି ଜଳ ସେଚନ ସମୟରେ ଜଳପତ୍ତନ ସର୍ବ ନିମ୍ନ ସ୍ତରକୁ ଖସିବା ସହିତ ଉଭୟ ବାମ ଓ ଦକ୍ଷିଣ କେନାଲରେ ରବି ଜଳ ସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଗତ ୧୩ ତାରିଖ ଦିନ ଦକ୍ଷିଣ ମୁଖ୍ୟ କେନାଲକୁ ବନ୍ଦ କରାଯାଇଥିବା ବେଳେ ଗୁରୁବାର ପୂର୍ବାହ୍ନରେ ବାମ କେନାଲକୁ ମଧ୍ୟ ବନ୍ଦ କରାଯାଇଥିବା ବିଭାଗ ସୂତ୍ରରୁ ଜଣା ପଡ଼ିଛି । ଚଳିତ ରବି ଚାଷ ସମୟରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ କଳାହାଣ୍ଡି ଜିଲ୍ଲାର ୫୩, ୩୭୪ ହେକ୍ଟର ଜମିରେ ଜଳ ସେଚନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ,ରବି ଜଳ ସେଚନ ଜାନୁଆରୀ ୭ତାରିଖରୁ ଆରମ୍ଭ କରାଯାଇ ମେ ୭ ତାରିଖ ପର୍ଯ୍ୟନ୍ତ ଜଳ ସେଚନ ଦେବାର ବ୍ୟବସ୍ଥା ଥିଲା । କିନ୍ତୁ ତଳ ମୁଣ୍ଡର ଚାଷୀ ମାନଙ୍କ ପାଣିର ଆବଶ୍ୟକତା ଦୃଷ୍ଟିରୁ ଅବଧି ବଢ଼ାଇବା ସହିତ ଗୁରୁବାର ସମ୍ପୂର୍ଣ୍ଣ ବନ୍ଦ କରାଗଲା । ଗତ ମୌସୁମୀରେ ବର୍ଷାର ଅନୁପାତ କମ ଥିବାରୁ ପୂର୍ବ ବର୍ଷ ତୁଳନାରେ ଜଳ ଭଣ୍ଡାରର ଜଳ ପତ୍ତନ ୨ ମିଟର ତଳେ ରହିଥିଲା । ଏବେ ଜଳ ସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଥିବା ବେଳେ ଜଳ ପତ୍ତନ ସର୍ବନିମ୍ନ ୬୨୭.୨୭ମିଟର କୁ ଖସି ସାରିଛି । ଚଳିତ ବର୍ଷ ଜଳ ଭଣ୍ଡାର ଉଦବେଗ ସ୍ଥିତିକୁ ପହଞ୍ଚି ମୋଟ କ୍ଷମତା ୧,୪୮, ୫୫୦ହେକ୍ଟର ମିଟର ରହିଥିବା ବେଳେ ଏବେ ୧୪, ୨୩୦ହେକ୍ଟର ମିଟରକୁ ପହଞ୍ଚିବା ସହ ମୋଟ ଜଳ ସ୍ତର ୯.୫୭୯ରେ ରହିଥିବା ସୂଚନା ମିଳିଛି । ଗତ ବର୍ଷ ଏହି ଦିନରେ ଜଳ ଭଣ୍ଡାର ର ଜଳ ପତ୍ତନ ୬୨୮.୦୭ମିଟର ଅର୍ଥାତ୍ ୧୩.୧୦ପ୍ରତିଶତ ରେ ରହିଥିଲା । ଜଳ ସେଚନ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ମଙ୍ଗଳପୁର ହାତୀ ବେରେଜ୍ ରୁ ନଦୀ ଗର୍ଭକୁ ୩୯.୧୦କୁମେକ୍ସ ଜଳ ଛଡ଼ା ଯାଉଥିବା ଜଣା ପଡ଼ିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବାମନବସା ଗ୍ରାମ : ନା ଭଲ ରାସ୍ତା ନା ପାନୀୟଯୋଗ୍ୟ ଜଳଉତ୍ସ ,ପ୍ରାକ ବିଦ୍ୟାଳୟ ଓ ପ୍ରଥମିକ ଶିକ୍ଷା ସାତ ସପନ: ସବୁଥିରୁ ବଞ୍ଚିତ

masiha

ନୂଆ ଓ ଓଡ଼ିଆ ସହିତ୍ୟ ପ୍ରତିଯୋଗୀତର ଉଦଯାପନୀ ଉତ୍ସବ

masiha

ବିଶ୍ବ ହକି କପ୍ ଟ୍ରଫି କୁ ଟାଟା ଷ୍ଟିଲ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!