ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆସନ୍ତା ୧୮ ତାରିଖ ରୁ ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ 

ଆସନ୍ତା ୧୮ ତାରିଖ ରୁ ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ 

ନର୍ଲା _ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନର୍ଲା ରାଧାକୃଷ୍ଣ କମିଟି ତରଫରୁ ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଟିତ ହେବାକୁ ଯାଉଛି। ଶୁଭଖମ୍ବ ସ୍ଥାପନ ପରେ ସମସ୍ତ ପ୍ରସ୍ତୁତି ଜୋର୍ ସୋର୍ ରେ ଚାଲିଥିବା ଦେଖିବାକୁ ମିଳିଛି। ଉକ୍ତ ଅଖଣ୍ଡ ନାମ ଯଜ୍ଞ ରେ ଯଜ୍ଞ କର୍ତ୍ତା ଭାବରେ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାତ୍ର ଓ ତାଙ୍କ ସହଧର୍ମିଣୀ ପୂର୍ଣ୍ଣିମା ପାତ୍ର କାର୍ଯ୍ୟ ଭାର ତୁଲାଇବାକୁ ଥିବା ବେଳେ ପୂଜକ ରୂପେ ସୁନାଶିର ମିଶ୍ର ଓ ଦୟାନିଧି ବିଶି ଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଅଖଣ୍ଡ ନାମ ଯଜ୍ଞ ରେ କଳାହାଣ୍ଡି ଜିଲ୍ଲା ସହିତ ବଲାଙ୍ଗୀର ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲା ରୁ ୧୦ ଗୋଟି ସଙ୍କୀର୍ତ୍ତନ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରାଧାକୃଷ୍ଣ କମିଟି ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀ କୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ବ୍ୟବସ୍ତା କରାଯାଉଥିବା ଜଣାପଡିଛି।୧୭ ତାରିଖ ଅପରାହ୍ନ ରେ କଳସ ଯାତ୍ରା ସହିତ ଅଧିବାସ ଥିବା ବେଳେ ୧୮ ତାରିଖ ସକାଳ ୭ ଘଣ୍ଟା ରୁ ନାମ ଯଜ୍ଞ ଆରମ୍ଭ ହୋଇ ୨୧ ତାରିଖ ସକାଳ ୭ ଘଣ୍ଟା ସମୟରେ ସମାପନ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଝାମୁଯାତ୍ରା ପାଇଁ ଭୂମିପୂଜା ଓ ମାଁ ଅଷ୍ଟ ଚଣ୍ଡୀଙ୍କ ନଗର ପରିକ୍ରମା 

masiha

ସିନାପାଲିରେ ଶ୍ରୀଜିଉଙ୍କ ପାରମ୍ପରିକ ସ୍ନାନଯାତ୍ରା ଓ ଗଜାନନ ବେଶ 

Sunil Chandra Nayak

ବଟ ଅଶ୍ୱତଥ ବୃକ୍ଷ ପ୍ରତିଷ୍ଠା ବାର୍ଷିକୀ ପାଳିତ  

Leave a Comment

error: Content is protected !!