ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ଗାଁ ଵୁଲି ଗୋ ମାତାଙ୍କ ସେବାରେ ସମର୍ପିତ କାମାକ୍ଷାନଗରର ତାରିଫ୍ ହୁସେନ

ଗାଁ ଗାଁ ଵୁଲି ଗୋ ମାତାଙ୍କ ସେବାରେ ସମର୍ପିତ କାମାକ୍ଷାନଗରର ତାରିଫ୍ ହୁସେନ

କାମାକ୍ଷାନଗର (ମନିସ)16/5/25 // କାମାକ୍ଷାନଗର ସହର ର ଅତି ସାଧାରଣ ମଣିଷ ଟିଏ ତାରିଫ୍ ହୁସେନ୍ , କିନ୍ତୁ ଭକ୍ତ ସାଲବେଗଙ୍କ ନିତୀ ଆଦର୍ଶ ତାଙ୍କୁ ଅନୁପ୍ରାଣୀତ କରିଛି । ଗୋ ରକ୍ଷକ ହୋଇ ଏବେ ଗୋ ସେଵା ପାଇଁ ପଣ କରିଛନ୍ତି ।

କାମାକ୍ଷାନଗର ଗୁଣ୍ଡିଚାନାଳୀ ଗ୍ରାମରେ ଆଜି ତାରିଫ୍ ହୁସେନ୍ ଭକ୍ତି ଶ୍ରଦ୍ଧା ଓ ସମର୍ପିତ ଭାଵନାର ସହିତ ଗୋଖାଦ୍ୟ ଦାନା ଚୋକଡ ଇତ୍ୟାଦି ବଣ୍ଟନ କରିଥିଲେ ତାସହିତ ଫଳ ଆହାର ଗୋମାତାଙ୍କୁ ନିଜ ହାତରେ ପରଷି ଦେଇ ଗୋସେଵା କରିଵାର ଦେଖିଵାକୁ ମିଳିଛି।

ତାରିଫ୍ ହୁସେନ ଗାଁ ଗାଁ ବୁଲି ସ୍ଵଅର୍ଜିତ ଧନ ରାଶିରୁ ଗୋମାତାଙ୍କୁ ଦାନା ଯୋଗାଇ ଦେବାକୁ ପଣ କରିଛନ୍ତି ଏଵଂ କହିଛନ୍ତି ଗାଈ ଆମର ମା , କେଉଁ ଜନ୍ମରେ କି ପୂନ୍ୟ କରିଥିଲି ଏ ଜନ୍ମରେ ଏତେ ବଡ଼ ସୈାଭାଗ୍ୟ ମିଳିଛି ମୋତେ , ସବୁ ମହାପ୍ରଭୁଙ୍କ ଅପାର କୃପା , କୃତାର୍ଥ ମୋ ଜୀଵନ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭୁଞ୍ଜିଆ ଦମ୍ପତି ହେଲେ ରାଜ ଅତିଥି

Sunil Chandra Nayak

ଦୀର୍ଘ ଦିନ ହେବ ଗାଁ’ରେ ଜଳୁନି ଷ୍ଟ୍ରିଟ୍ ଲାଇଟ

Sunil Chandra Nayak

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଆଜି ଚତୁର୍ଥ ଦିନରେ ପହଁଚିଲା , ଚତୁର୍ଥ ଦିନରେ ସମର୍ଥନ ଜଣାଇ ସାମିଲ ହେଲେ ଜିଲ୍ଲା ଆଦିବାସୀ ସଂଘ

masiha

Leave a Comment

error: Content is protected !!