ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାବିତ ନାଏକ ଗହୀରଙ୍କ ପରଲୋକ

ଶିକ୍ଷାବିତ ନାଏକ ଗହୀରଙ୍କ ପରଲୋକ

ଜୁନାଗଡ଼,୧୬/୫(ମନୀ ସ)କଳାହାଣ୍ଡି ଜିଲ୍ଲାର ଜଣେ ସ୍ଵନାମଧନ୍ୟ ଶିକ୍ଷକ ଏବଂ ବିଶିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ନାଏକ ଗହିର ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି । ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ପଞ୍ଚାୟତ ଅଧିନସ୍ଥ ଅମ୍ବାଦୁଲା ଗ୍ରାମରେ ଥିବା ନିଜ ବାସଭବନରେ ଦୀର୍ଘ ଦଶ ଦଶନ୍ଧି (100 ବର୍ଷ) ରୁ ଉର୍ଦ୍ଧ୍ୱ ଜୀବନଯାପନ କଲାପରେ ଵୃଦ୍ଧାବସ୍ଥା ହେତୁ ତାଙ୍କ ପରଲୋକ ହୋଇଯାଇଛି । ଏହି ଅଞ୍ଚଳର ଜଣେ ପୁରାତନ ଶିକ୍ଷକ ରୂପେ ତାଙ୍କ ଶିକ୍ଷା ପ୍ରଣାଳୀର ଦକ୍ଷତା, ପାରଦର୍ଶିତା ସମସ୍ତଙ୍କୁ ପ୍ରଭାବିତ କରିଥିଲା ଏବଂ ବିଶେଷକରି ତାଙ୍କ ଦ୍ୱାରା ଶିକ୍ଷା ଗ୍ରହଣ କରିଥିବା ଛାତ୍ର ସମାଜ ପାଇଁ ସେ ଥିଲେ ଏକ ମାର୍ଗଦର୍ଶକ । ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ UV ହୋଇ ସମାଜକୁ ଦିଗଦର୍ଶନ ଦେଉଛନ୍ତି ଏବଂ ଏହାର ଶ୍ରେୟ ରୂପେ ଶ୍ରୀଯୁକ୍ତ ଗହିରଙ୍କୁ ସେମାନେ କେବେ ମଧ୍ୟ ଭୁଲିପାରିବେ ନାହିଁ । ତାଙ୍କ ମୃତ୍ୟୁପରେ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି ଏବଂ ସମସ୍ତେ ମର୍ମାହତ ହୋଇପଡିଛନ୍ତି । ଏହିପରି ପରିସ୍ଥିତି ରେ ବିଭିନ୍ନ ମହଲରୁ ଶୋକାକୁଳ ପରିବାର ପ୍ରତି ସମବେଦନା ଜଣେଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ…

Sunil Chandra Nayak

କୋରାପୁଟ ଜିଲ୍ଲା କୋଟିଆ ଗସ୍ତରେ ରାଜ୍ୟ କୃଷି ସଚିବ

Sunil Chandra Nayak

ପ୍ରୟାସ ପ୍ରାୟୋଜିତ ବହୁଭାଷୀ ନାଟକ ମହୋତ୍ସବ ଆସନ୍ତା ୬ ରୁ ୧୦…..

Leave a Comment

error: Content is protected !!