ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ୪ ଯୁବ ସମାଜସେବୀ 

ଅଜଣା ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ୪ ଯୁବ ସମାଜସେବୀ 

 ମୟୂରଭଞ୍ଜ – ୧୬/୦୫ //  ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଜଗନ୍ନାଥ ମାର୍କେଟ ଛକ ପାଖରେ ଏକ ଅଜଣା ବୟସ୍କା ଅସହୟା ବୃଦ୍ଧା ଢୋ ଢୋ ଖରାରେ ଦିନ ଦ୍ୱିପ୍ରହରରେ ରାସ୍ତାରେ ଚାଲୁ ଚାଲୁ ଥକି ପଡୁଥିଲେ ,ବସି ପଡୁଥିଲେ ଏବଂ ପଡ଼ି ଯାଉଥିଲେ ।ଭୋକ ଓ ଶୋଷରେ ଆଉଟୁ ପାଉଟୁ ହେଉଥିଲେ । ମଝିରେ ମଝିରେ ହଂସା ବୁଡି ଯାଉଥିଲା ।ତାକୁ ଦେଖି ରାସ୍ତାରେ ବାଇକରେ ଯାଉଥିବା ପୁରୁଣାଘାଟୀ ଗ୍ରାମର ଯୁବ ସମାଜସେବୀ ଶୁଭମ୍ ଦାସ,ବଜାରର ଶଶାଙ୍କ କୁମାର,ପିଣ୍ଟୁ ମହାନ୍ତ, ବାପୁନ୍ ମହାନ୍ତ ହଠାତ୍ ଅଟକି ଛିଡ଼ା ହୋଇ ବୃଦ୍ଧାଙ୍କ ପାଖକୁ ଯାଇଥିଲେ ।ଵୃଦ୍ଧାଙ୍କ ସହ କଥା ହେବାରୁ ସେ ତାଙ୍କର ଗାଁ ର ଠିକଣା ଓ ପରିଚୟ କହି ପାରି ନ ଥିଲେ ।କଥାରେ ତାଳ ମେଳ ରହୁ ନ ଥିଲା । ବୃଦ୍ଧାକୁ ସଙ୍ଗେ ସଙ୍ଗେ ନେଇ ଖାଇବାକୁ ପିଇବାକୁ ଦେଇ ରାଇରଙ୍ଗପୁର ହର ପାର୍ବତୀ ମଣ୍ଡପ ଗଳିରେ ଥିବା ପୌରାଞ୍ଚଳ ର ସରକାରୀ ଆଶ୍ରୟ ଗୃହରେ ରଖ ଥିଲେ । ୪ ଵଂଧୁଙ୍କ ଏତାଦୃଶ ସାମାଜିକତା ଓ ମାନବିକତା କୁ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଜଗନ୍ନାଥ ମହାପ୍ରଭୁ ସେମାନଙ୍କୁ ଆଶୀର୍ବାଦ ଦିଅନ୍ତୁ ସେମାନେ ଆଗକୁ ଆହୁରି ସମାଜିକ ସେବା କରି ପ୍ରଭୁ କୃପା ପ୍ରାପ୍ତ କରନ୍ତୁ । ପୂର୍ବରୁ ମଧ୍ଯ ଏହି ଯୁବ ବଂଧୁ ରକ୍ତ ସଙ୍କଟରେ ପଡ଼ିଥିବା ପିଡିତା ମାନଙ୍କୁ ରକ୍ତଦାନ ରେ ସହାୟତା କରିବା, ଦୁର୍ଘଟଣା ରେ ମୃତ ଷଣ୍ଢକୁ ରାସ୍ତାରୁ ଉଠାଇ ଶବ ସତ୍କାର କରିବା, ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ସହାୟତା କରିବା, ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ, ରାସ୍ତାରେ ପଡ଼ିଥିବା ଅଜଣା ଆହତ ଓ ରୋଗାଗ୍ରସ୍ତ ଲୋକମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ସେବା ସୁଶ୍ରୁଷା କରିବା ଭଳି ବହୁ ସାମାଜିକ କାର୍ଯ୍ୟ କ୍ରମରେ ନିଜକୁ ନିୟୋଜିତ କରିଛନ୍ତି ‌। ସେମାନଙ୍କ କହନ୍ତି ମାନବ ସେବା ହିଁ ମାଧବ ସେବା । ଜଗନ୍ନାଥ ମହାପ୍ରଭୁ ସେମାନଙ୍କୁ ଆଶୀର୍ବାଦ , ଧୈର୍ଯ୍ୟ, ସାମର୍ଥ୍ୟ ଓ ଶକ୍ତି ଦିଅନ୍ତୁ ଯେପରି ଆଗକୁ ସେମାନେ ଅଧିକରୁ ଅଧିକ ସମାଜ ସେବାରେ ନିଜକୁ ନିୟୋଜିତ କରନ୍ତୁ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କାମାକ୍ଷା ନଗର ମହାବିଦ୍ୟାଳୟ ରେ ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ

ମହିଚଲା ଠାରେ ୨୮ ତମ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!