ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବୁଦ୍ଧ ପ୍ରତିମୂର୍ତ୍ତି ଭାଙ୍ଗି ଧାର୍ମିକ ଭାବନା ଉପରେ ଆଘାତ । ସମ୍ପୃକ୍ତ ଆସାଧୁଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଅମ୍ବାଦଳା ଥାନାରେ ଏତଲା 

ବୁଦ୍ଧ ପ୍ରତିମୂର୍ତ୍ତି ଭାଙ୍ଗି ଧାର୍ମିକ ଭାବନା ଉପରେ ଆଘାତ 

ସମ୍ପୃକ୍ତ ଆସାଧୁଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଅମ୍ବାଦଳା ଥାନାରେ ଏତଲା 

ମୁନିଗୁଡ଼ା,୧୬/୦୫ ଚଳିତ ବର୍ଷ ଏପ୍ରିଲ ୧୨ ତାରିଖ ଦିନ ସାରା ବିଶ୍ୱରେ ବୁଦ୍ଧ ଉପାସକ ମହା ଆଡମ୍ବର ସହ ବୁଦ୍ଧ ପୂର୍ଣ୍ଣମୀ ପାଳନ କରିଛନ୍ତି, ଏହି ପରିପ୍ରେକ୍ଷୀରେ ରାୟଗଡ଼ ଜିଲ୍ଲାର ବୁଦ୍ଧ ଧର୍ମାଲମ୍ବୀ ନିଜ ନିଜ ଅଞ୍ଚଳରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରୁଥିବା ବେଳେ ରାୟଗଡ଼ ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ତାମ୍ପରଗୁଡା ପାହାଡ଼ ଉପରେ ନୂତନ ଭାବେ ଅବସ୍ଥାପିତ ବୁଦ୍ଧ ପ୍ରତିମୂର୍ତ୍ତିଙ୍କୁ ୧୧ ତାରିଖ ବିଳମ୍ବିତ ରାତି ରେ ଭାଙ୍ଗି ନଷ୍ଟ କରିବା ସହ ଏକ ପିତ୍ତଳର ପ୍ରତିମୂର୍ତ୍ତିକୁ ଉଠେଇ ନେଇ ଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ପ୍ରସାରିତ ହୋଇଥିବା ଦେଖିବାକୁ ମିଳିଥିଲା ଉକ୍ତ ଆସାଧୁ ଅସାମାଜିକ ବ୍ୟକ୍ତି ବିଶେଷ ଯାହାଙ୍କ ନାମ ଏତଲାରେ ମଧ୍ୟ ଉଲ୍ଲେଖ ଅଛି ଏଟାଲା ବିଶ୍ୱନାଥ,ଗଙ୍ଗନ୍ଦୋରା ସଙ୍କାର ରାଓ,ସିର୍ଲାପୁ ୱାସୁ,ଗଙ୍ଗନ୍ଦୋରା ଦେବା,ବୋଇଲି ରାଜେଶ,ଏଟାଲା ଏକଲାଭିଆ,ସାବ୍ଲାସିଂ ଜନାର୍ଦ୍ଦନ ଙ୍କ ସହ ଅନ୍ୟ ସହଯୋଗୀ ମାନେ ଏହିପରି ଏକ ଧର୍ମୀୟ ଭାବନା ଉପରେ କୋଠlରଘାତ କରିଥିବା ନେଇ ସାରା ଜିଲ୍ଲାର ବୁଦ୍ଧ ଉପାସକ ସମାଜରେ ଅସନ୍ତୋଷ ଦେଖିବାକୁ ମିଳିଛି,ଏନେଇ ବୁଦ୍ଧ ସାମ୍ପ୍ରଦାୟର ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅପରାଧୀଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ କୁମାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ବୁଦ୍ଧ ଉପାସକଙ୍କୁ ସୁରକ୍ଷା ପ୍ରଦାନ କରିବା ନେଇ ସ୍ଥାନୀୟ ଅମ୍ବାଦଳା ଥାନାରେ ସମ୍ବିଧାନ ସୁରକ୍ଷା ସମିତି ସଭାପତି କୃପାସିନ୍ଧୁ କୌଶଲ୍ୟାଙ୍କ ନେତୃତ୍ୱରେ ମୁନିଗୁଡ଼ା ବ୍ଲକ ଉପାଧ୍ୟକ୍ଷ ଆଦର୍ଶ କୌଶଲ୍ୟା,ନାଏବ ସରପଞ୍ଚ ଅମ୍ବାଦଳା ପ୍ରଭାକର ବାଗ,ବେଣୁଧର ଖୋସଲା,ଯଶବନ୍ତ ନାଏକ,ଭଗବାନ କରକରିଆ,ମଧୁସୂଦନ ସୁନା,ଶିଶିର କୌଶଲ୍ୟା,ରାଜା କରକରିଆ,ଅନନ୍ତ ନାରାୟଣ ଦୁର୍ଗା,ମହେଶ ବୋହୋରା ପ୍ରମୁଖ ଉପସ୍ଥିତ ରହି ଅମ୍ବାଦଳା ଥାନା ଅଧିକାରୀ ଆଇଆଇସି କଳ୍ପନା ବେହେରାଙ୍କୁ ଏତଲା ପ୍ରଦାନ କରିଛନ୍ତି l 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ନିରିହ ଲୋକଙ୍କୁ ହନୁମାନ ମୁଦ୍ରା ଓ ୨/୩ ବର୍ଷରେ ଟଙ୍କା ଦୁଇଗୁଣ ତିନିଗୁଣା ପ୍ରଲୋଭନ ଦେଖାଉଥିବା ୩ ଜଣ ଠକଙ୍କୁ କୋର୍ଟ ଚାଲାଣ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ: ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର: ପୋଲିସ ର ଛାନବିନ ଆରମ୍ଭ

masiha

ଅବକାରୀ ଚଢାଉ ୧ ଗିରଫ 

masiha

Leave a Comment

error: Content is protected !!