ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଉଗାଁ ଫେଷ୍ଟିଭାଲ -୨୦୨୫ରେ ସମ୍ବର୍ଦ୍ଧିତ ହେଲେ ସାହିତ୍ୟିକା ଛବିରାଣୀ ପତି

ନାଉଗାଁ ଫେଷ୍ଟିଭାଲ -୨୦୨୫ରେ ସମ୍ବର୍ଦ୍ଧିତ ହେଲେ ସାହିତ୍ୟିକା ଛବିରାଣୀ ପତି

ଖଇରା,୧୬/୫/୨୫ – ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ବିଭିନ୍ନ ଜିଲ୍ଲାର ପ୍ରତିଭାଧାରୀ କବି କବୟିତ୍ରୀ ମାନଙ୍କୁ ନେଇ ଆଗେଇ ଚାଲିଛି । ଚଳିତ ବର୍ଷ ଡିସେମ୍ବରରେ ପାଳନ କରିବ ଷଷ୍ଠ ବାର୍ଷିକ ଉତ୍ସବ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବଛାବଛା ପ୍ରତିଭାଧାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବ । କିନ୍ତୁ ତା’ ପୂର୍ବରୁ ଅନୁଷ୍ଠାନର ପ୍ରତିଭାଧାରୀ ମାନଙ୍କୁ ସମ୍ବର୍ଦ୍ଧନା ମିଳିବା ବଡ଼ ସୌଭାଗ୍ୟର କଥା । ଏହି ଅବସରରେ ଅନୁଷ୍ଠାନର ଜଣେ ଜଗତସିଂହପୁର ଜିଲ୍ଲାର ପ୍ରତିଭାଧାରୀ କବୟିତ୍ରୀ ଛବିରାଣୀ ପତି ତା ୧୫/୫/୨୦୨୫ ରିଖ ଦିନ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଅନୁଷ୍ଠିତ ନାଉଗାଁ ଫେଷ୍ଟିଭାଲର ରାଜ୍ୟ ସ୍ତରୀୟ ସାଂସ୍କୃତିକ ସମାରୋହ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶର ଦ୍ୱିତୀୟ ସନ୍ଧ୍ୟାରେ ଏକମାତ୍ର ପ୍ରତିଭା ତଥା ବିଶିଷ୍ଟ କବୀ ଓ ସାହିତ୍ୟିକା ଭଉଣୀ ଛବିରାଣୀ ପତିଙ୍କୁ ” ନାଉଗାଁ ଫେଷ୍ଟିଭାଲ ସମ୍ମାନ -୨୦୨୫ ” ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ମହୋତ୍ସବକୁ ଓଡ଼ିଶାର ଶିଳ୍ପ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଉଦଘାଟନ କରିଥିଲେ । କଟକ ସ୍ଥିତ ଗ୍ଲୋବାଲ ଇଣ୍ଡିଆନ୍ ମଡେଲ ସ୍କୁଲ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପରିଷଦର ସଭାପତି ଚୌଧୁରୀ ଡକ୍ଟର ସତ୍ୟ ଦାସ ସଭାପତିତ୍ବ କରିଥିଲେ । ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ଡଃ ଇଂ ପ୍ରଭାକର ସ୍ୱାଇଁ ଯୋଗ ଦେଇଥିଲେ । ସଂପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଧନଞ୍ଜୟ ପରିଜା । ଏହି ଅବସରରେ ରାତି ତମାମ ଛଉ, ଓଡ଼ିଶୀ, ସମ୍ବଲପୁରୀ, ଵିହୁ, ପୌରାଣିକ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହୋଇଥିଲା । ଶହଶହ ଦର୍ଶକଙ୍କ ମିଳନରେ ନାଉଗାଁର ଗୋବରୀ ନଦୀ ପଠା, ମଣିକର୍ଣିକା ଘାଟ, ଚଗଲା ଦାସ ମଠ ବେଶ୍ ଉତ୍ସବ ମୁଖରିତ ହୋଇଥିଲା ।। 

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅବ୍ୟବସ୍ଥାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

ଧରାକୋଟ ବ୍ଲକର ଦୁଇ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ପୁରସ୍କାର

Sunil Chandra Nayak

ୟୁଏସ୍ଆଇ ସଂଗଠନର ନିଆରା କାର୍ଯ୍ୟକ୍ରମ , ଜନ୍ମ ଦିବସ ଉପଲକ୍ଷେ ପନିପରିବା ଚାରା ବଣ୍ଟନ ଓ ଚାରାରୋପଣ

Sunil Chandra Nayak

Leave a Comment

error: Content is protected !!