ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତ ନେଲା ତିନି ଜଣ ମଣିଷ,ପାଞ୍ଚଟି ଗାଇ ଓ ଆଠୋଟି ଛେଳିର ଜୀବନ   

ବଜ୍ରପାତ ନେଲା ତିନି ଜଣ ମଣିଷ,ପାଞ୍ଚଟି ଗାଇ ଓ ଆଠୋଟି ଛେଳିର ଜୀବନ            

  କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତ ର ପରଡିଗୁଡା ଗାଁ ରେ ବଜ୍ରପାତ ଯୋଗୁଁ ତିନି ଜଣ ଙ୍କ ର ମୃତ୍ୟୁ ହୋଇଛି। ଆଜି ଦିନ ଦିପହର ରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା। ବର୍ଷା ସମୟରେ ନିଜ ଧାନ ବିଲ ନିକଟରେ ଥିବା କୁଡ଼ିଆ ରେ ଆଇ ନାତୁଣୀ ଆଶ୍ରୟ ନେଇଥିବା ବେଳେ ତାଙ୍କ କୁଡ଼ିଆ ଉପରେ ବଜ୍ର ପାତ ହୋଇଥିଲା। ଘଟଣା ସ୍ଥଳ ରେ ହିଁ ୬୦ ବର୍ଷୀୟା ବୃଦ୍ଧା ବୁଦ୍ରୀ ମାଣ୍ଡିଙ୍ଗା ଓ ତାଙ୍କ ନାତୁଣୀ ୧୬ ବର୍ଷୀୟା କସା ମାଣ୍ଡିଙ୍ଗା ଙ୍କ ମୃତ୍ୟୁ ହୋଇଥିଲା, ସେହିପରି ଗାଁ ନିକଟରେ ଥିବା ବର୍ଷା ଯୋଗୁଁ ଗଛ ତଳେ ଆଶ୍ରୟ ନେଇଥିବା ୩୫ ବର୍ଷୀୟା ଅମ୍ବିକା କାଶୀ ଙ୍କ ଉପରେ ମଧ୍ୟ ବଜ୍ର ପାତ ପଡିବା ରୁ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ଅବସ୍ଥା ରେ ରହିଛନ୍ତି। ଗାଁ ରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଠୀ ହୋଇଛି। ସେହିପରି ଲକ୍ଷ୍ମୀପୁର ପିପଳପଦର ପଞ୍ଚାୟତ ବିଶ୍ମପୁର ତିନୋଟି ଗାଇ ଓ ବାରିଗାଁ ଠାରେ ଦୁଇଟି ଗାଇ ଏବଂ ଆଠଟି ଛେଳି ବଜ୍ରପାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମହିଳାଙ୍କ ପାଇଁ ବେଦାନ୍ତ ଲିମିଟେଡର ଅଭିନବ ପଦକ୍ଷେପ ,ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ପାଇବେ ଦେଶବ୍ୟାପି ୧୦୦୦ ବାଳିକା

Sunil Chandra Nayak

ମିଳିତ ସଂଗ୍ରାମ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ

Sunil Chandra Nayak

ଚାରି ପଂଚାୟତବାସୀ ରାସ୍ତା ପାଇଁ ଚିନ୍ତା 

masiha

Leave a Comment

error: Content is protected !!