ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶିକ୍ଷଣ ୱାର୍ଡ ସଭ୍ୟ ମାନଙ୍କ ପ୍ରାରମ୍ଭିକ କାର୍ଯ୍ୟକ୍ରମ

ଡାବୁଗାଁ, ୧୮/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ୱାର୍ଡ ସଭ୍ୟାସଭ୍ୟ ମାନଙ୍କୁ ନେଇ ଏକ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଡିଓ ଶରତ ମାଝିଙ୍କ ତତ୍ଵାବଧାନରେ ମଙ୍ଗଳବାର ଆରମ୍ଭ ହୋଇଯାଇଛି | ଏଥିରେ ପଞ୍ଚାୟତ ପରିଚାଳନା, ବିଷୟ ବସ୍ତୁ ସମ୍ବନ୍ଧୀୟ ଗ୍ରାମପଞ୍ଚାୟତ ବିକାଶ ଯୋଜନା ଓ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ତାଲିମ ଦିଆଯାଇଥିଲା | ପ୍ରଥମ ଦିନରେ ୪ ଟି ପଞ୍ଚାୟତର ମୋଟ ୪୪ ଜଣ ୱାର୍ଡ ସଭ୍ୟାସଭ୍ୟ ମାନେ ତାଲିମ ନେଇଥିଲେ | ଏଥିରେ ପ୍ରଶିକ୍ଷକ ଭାବେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ ପ୍ରମୁଖ ତାଲିମ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହାବିଦ୍ୟାଳୟ / ବିଶ୍ବବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ଅଖିଳ ଭାରତୀୟ ଛାତ୍ର ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମ ଦିନ ଉପଲକ୍ଷେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ

ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ 

Sunil Chandra Nayak

Leave a Comment

error: Content is protected !!