ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଟିଏ ଜେସିବି ଓ ଗୋଟିଏ ଟ୍ରାକ୍ଟର କୁ ଜବତ କଲେ ଖଣି ଅଧିକାରୀ

ଗୋଟିଏ ଜେସିବି ଓ ଗୋଟିଏ ଟ୍ରାକ୍ଟର କୁ ଜବତ କଲେ ଖଣି ଅଧିକାରୀ

ବସ୍ତା, 17/05 : ବାଲେଶ୍ୱର ଖଣି ଅଧିକାରିଣୀ ଶ୍ରୀମତୀ ସନ୍ତୋଷୀ ପ୍ରଭା ସେଠିଙ୍କ ନିର୍ଦେଶ କ୍ରମେ ବସ୍ତା ସବରେଜିଷ୍ଟ୍ରାର ଅଫିସ ଆଗରେ ଆଜି ଦୁଇଟି ବେଆଇନ ମାଟି ବୋଝେଇ ଗାଡି ଖଣି ବିଭାଗ ଅଫିସରଙ୍କ ଦ୍ୱାରା ଜବତ ହୋଇଥିଲା. ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ଜେସିବି ଗାଡିରେ ମାଟି ବୋଝେଇ ହୋଇ ଯାଉଥିବା ବେଳେ ଖଣି ବିଭାଗ ବସ୍ତା ବାଲିଆପାଳ ଅଧିକାରୀ ସତ୍ୟ ଚିନ୍ମୟ ଜେନା ଓ ଜଳେଶ୍ୱର ଅଧିକାରୀ ଜିତେନ୍ଦ୍ର କୁମାର ଦାସ ଜବତ କରିଥିଲେ. ଏହି ଦୁଇ ଗାଡିର ଚାଳକ ଗାଡି ଛାଡି ପଳାଇଥିଲେ. ତେବେ ଖଣି ଅଧିକାରୀ ଖବର ଦେବାରୁ ବସ୍ତା ଥାନା ପକ୍ଷରୁ ଗାଡି ଦୁଇଟିକୁ ନିଜ ହେପାଜତ କୁ ନେଇଥିଲେ.।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ମୌସୁମୀ ବର୍ଷାରେ ଭିଜୁଛି ହଜାର ହଜାର ବସ୍ତା ଧାନ: ଚୋରି ଭୟ ସାଙ୍ଗକୁ ‘କଟନୀ-ଛଟନୀ’ ମାଡ଼ରେ ଚାଷୀ ବେହାଲ , ମଣ୍ଡି ପରିଦର୍ଶନ କଲା ବିଜେଡି ପ୍ରତିନିଧି ଦଳ, ରାଜରାସ୍ତା ଅବରୋଧ ଚେତାବନୀ

ରାସ୍ତା ନିର୍ମାଣ ନିମ୍ନମାନର, ବଢୁଛି ଅସନ୍ତୋଷ , ଯନ୍ତ୍ରୀ ତଦାରଖା ନେଇ ସମୟ ନାହିଁ

Sunil Chandra Nayak

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!