ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲାସ ଠାରେ ଚନ୍ଦନଯାତ୍ରା ମହାସମାରୋହରେ ପାଳିତ

ପଲାସ ଠାରେ ଚନ୍ଦନଯାତ୍ରା ମହାସମାରୋହରେ ପାଳିତ 

ଜୁନାଗଡ଼,୧୭/୫(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ପଲାସ ଗ୍ରାମ ରେ ୫ ଦିନ ଧରି ମହlସମା ରୋହ ରେ ମହାପ୍ରଭୁ ରାଧାକୃଷ୍ଣ ଙ୍କ ଚନ୍ଦନ ଯାତ୍ରା ପାଳିତ ହେlଉଛି l ଏହି ଯାତ୍ରା ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲି ଥାଏ l ଅକ୍ଷୟ ତୃତୀୟା ଦିନ ଯାତ୍ରା ଆରମ୍ଭ ହୋଇ ୭ ଦିନ ଅନ୍ତରାଳେ ପୁଣି ୫ ଦିନ ଅନୁଷ୍ଠିତ ହେବ ପରମ୍ପରା ରହିଛି l ପ୍ରଥମେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଏକ ବିରାଟ ଜନ ପଟୁଆରରେ ନlବକେଲି ପାଇଁ ନିକଟସ୍ଥ ହାତୀ ନଦୀ କୁ ନିଆ ଯାଇଥାଏ l ସେହିସମୟରେ ଗ୍ରାମର ବିଭିନ୍ନ ସଙ୍କୃତିକ ଦଳ ଭାଗନେଇଥନ୍ତି l ସେଠାରେ ଭକ୍ତ ଙ୍କ ଗହଣରେ ରାଧାକୃଷ୍ଣ ଙ୍କ ଜଳକ୍ରୀଡା ଅନୁଷ୍ଠିତ ହୋଇ ଥା ଏ l ପୁଣି ସେଠାରୁ ଗ୍ରାମ କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ମହାପ୍ରଭୁ ଏବଂ ବିମାନ ଯୋଗେ ଗ୍ରାମ୍ୟ ପରିକ୍ରମା କରି ପୂଜାର୍ଚ୍ଚନା କରା ଯାଇ ଥାଏ l ଏହି ଉପଲକ୍ଷେ ରାତ୍ର ରେ ବିଭିନ୍ନ ସଂlକୃତିକ କାର୍ଯକ୍ରମ ତଥା ନାଟକ ପରିବେଷଣ ହୋଇ ଥାଏ l 

ଯାତ୍ରା ର ଶେଷ ରଜନୀ ପରେ ଆରଦିନ ମହାପ୍ରଭୁଙ୍କ ରଙ୍ଗଖେଳ ହୋଇଥାଏ l ଏଥିରେ ଗ୍ରାମର ସମସ୍ତେ ଜାତି ଧର୍ମ ବର୍ଣ୍ଣ ନିର୍ବଶେଷରେ ଏକ ହୋଇ ରଙ୍ଗ ଖେଳି ଥାଆନ୍ତି l ଉକ୍ତ ଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ଗ୍ରାମବାସୀ ସହଯୋଗ କରିଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ର ସହଯୋଗ ନିଆଯାଇଥାଏ l ଏହି ଯାତ୍ରା ଦେଖିବା ପାଇଁ ସମଗ୍ର ଅଞ୍ଚଳରୁ ହଜାର ହଜାର ଜନ ସମାଗମ ହୋଇଥିଲା l ଏଥିରେ ଦର୍ଶକ ଙ୍କ ପାଇଁ ଦୋକାନ ବଜାର ସ୍ଥାପନ କରାଯାଇଥିଲା l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସେବା ସମ୍ମାନରେ ସମ୍ମାନିତ ହେଲେ ସୁମିତ୍ରା ସାହୁ 

ଗଣ୍ଡାମେର ଗ୍ରାମ ବାସୀ ମିଳିତଭାବେ ଦୁଇଟି ବିଦ୍ୟାଳୟ ରେ ତାଲାବନ୍ଦ ଆନ୍ଦୋଳନ

Sunil Chandra Nayak

ଗତ ୨୪ ଘଣ୍ଟା ଧରି ଧର୍ମଗଡ ଅଞ୍ଚଳରେ ନାକେଦମ୍ କଲାଣି ଜଂଗଲୀ ହାତୀ ,ଜଣେ ମୃତ ଜଣେ ଆହତ, ଆତଙ୍କିତ ସହରବାସୀ 

Sunil Chandra Nayak

Leave a Comment

error: Content is protected !!