ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା କହିବା ଅଳପ ଶୁଣିବା ବେଶୀ

କହିବା ଅଳପ ଶୁଣିବା ବେଶୀ

  ଜ୍ୟୋତ୍ସ୍ନା ରାଣୀ ଦେବୀ

 

ଆ’ ରେ ଚଗଲା ଆ ‘ଲୋ ଲୁସି

ପାଠ ପଢିଯିବା ହୋଇଣ ଖୁସି

ଗୁରୁ ଗୁରୁଜନ କହିବେ ଯାହା

ମନଦେଇ ଆମେ ଶୁଣିବା ତାହା

କହିବା ଅଳପ ଶୁଣିବା ବେଶୀ

ଆ’ ରେ………

 

ତୁନିତୁନି ଆମେ ପଢ଼ିବା ପାଠ

କୁନିକୁନି ଆମେ ଯେତେକ ଚାଟ

ପଢିବାରେ ଆମେ ଥରକୁଥର

ଲେଖିବା ଅଧିକ ନ ଥିବ ଡର

ନାଚିଗାଇ ଖେଳି ହୋଇବା ଖୁସି ।

ଆ’ ରେ……..

 

ଟୁଆଁଟୁଇଁ ଆମେ ଯେତେକ ପିଲା

ଖେଳେ ମାତି ପାଠେ ନ କରି ଢିଲା

ଖେଳ ବେଳେ ଆମେ ଖେଳିବା ଖେଳ

ପାଠ ପଢି ହେବା ଅମୂଲମୂଲ

ଗଢିବା ଦୁନିଆ ଆମେରେ ହସି ।

ଆ ‘ରେ…….

 

ଆସ ରୁନିଝୁନି ଆ’ ବଗୁଲା

 କାନ୍ଧରେ ପକାଇ ବସ୍ତାନିଝୁଲା

ସଅଳ ଯିବାରେ ନ କରି ମଠ

କରିବାନି କେବେ ସମୟନଷ୍ଟ

ଆଗକୁ ବଢ଼ିବା ହୋଇ ସାହସୀ ।

ଆ’ ରେ……

 

ଚୁନଚୁନା ଆମେ ଯେତେକ କଢି

ଫୁଟିବା ବାସିବା ଆଗକୁ ବଢି

ସୁନେଲି ସକାଳ କିରଣ ଛୁଆଁ

ଦେଇ ଗଢିବାରେ ନୂଆ ଦୁନିଆ

ଆଲୋକ ଢାଳିବା ହଟାଇ ନିଶି ।

ଆ’ରେ….  

ବ୍ରହ୍ମପୁର, ଗଂଜାମ

Related posts

ଜାମଜୋର ରେ ଯୁବକ ଜଣକ ଫାଶି ଲଗାଇ ଆତ୍ମହତ୍ୟା

Sunil Chandra Nayak

ଲତା ବେହେରା ଙ୍କ କବିତା ଜୀବନ ସାଥି 

Sunil Chandra Nayak

ମୟୂରଭଞ୍ଜ ପୂର୍ବତନ ସାଂସଦ ତଥା ଆଦିବାସୀ ସେଙ୍ଗେଲ ଅଭିଯାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଲଖାନ ମୁର୍ମୁଙ୍କ ରାଇରଙ୍ଗପୁର ସ୍ଵସ୍ତି ପାଲାସ ହୋଟେଲରେ ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!