ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ସୂଚନା ଫଳକ ରେ ଚାଲିଛି କାମ ,  ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ

ବିନା ସୂଚନା ଫଳକ ରେ ଚାଲିଛି କାମ , 

ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ

କଣ୍ଟାବାଞ୍ଜି, ୧୮/୫ :- ବଲାଙ୍ଗୀର ଜିଲ୍ଲାର କୋଣେ ଅନୁକୋଣେ ବଡ଼ବଡ଼ କୋଠା , ଅଫିସ୍ , ବସଷ୍ଟାଣ୍ଡ ଭଳି ଅନେକ ସରକାରୀ ଯୋଜନାର ନିର୍ମାଣ କାର୍ଯ୍ୟ  ଚାଲିଥିବା ଦେଖିବାକୁ ମିଳିଛି। ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲଗାଇବାକୁ ଆଦେଶ ଥିଲେ ସୁଦ୍ଧା ଏହାର କୌଣସି ଜାଗାରେ ପ୍ରତିଫଳିତ ହେଉନାହିଁ। ଯଦ୍ୱାରା ଲୋକେ କାର୍ଯ୍ୟର ସଠିକ୍ ବିବରଣୀ ପାଇପାରୁ ନାହାନ୍ତି । ଏହିଭଳି ଅବ୍ୟବସ୍ଥା ଘେରରେ ଚାଲିଥିବା ଏକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୋଠା ନିର୍ମାଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ୍ ପଞ୍ଚାୟତ ଗଡଗଡବାହାଲ ଗ୍ରାମରେ । ନା ଏଠାରେ କୌଣସି ସୂଚନା ଫଳକ ଅଛି ଯାହାକୁ ଦେଖି ଜାଣିହେବ ଜେ ଏହା କେଉଁ ଯୋଜନା ରୁ କେତେ ଅଟକଳ ପରିମାଣ ରେ କାହା ଦ୍ୱାରା ଏହା ପରିଚାଳିତ ହେଉଛି ? ଅତି ଦୁଃଖର ସହିତ କହିବାକୁ ପଡୁଛି ଜେ ଏହି କାମ ଗତ ଛଅ ରୁ ଆଠ ମାସ ତଳେ ଆରମ୍ଭ ହୋଇଥିଲା ହେଲେ ସାମ୍ନାରେ କୌଣସି ସୂଚନା ଫଳକ ନାହିଁ।

ତୁରେକେଲା ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଏତେ ଅବହେଳା ହେଉଥିବା ସ୍ୱତ୍ତେ ବିଭାଗୀୟ ଅଧିକାରୀଙ୍କ ଦ୍ବାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି କାମ ରେ ଅତି ନିମ୍ନ ମାନର ସାମଗ୍ରୀ ବ୍ୟବହାର କରାଯାଉଛି ଏବଂ ବିନା ମିକ୍ସଚର ମେସିନ୍ ରେ ସିମେଣ୍ଟ କାର୍ଯ୍ୟ ଚାଲିଥିବା ଲୋକେ ଅଭିଯୋଗ ଆଣିଛନ୍ତି।

ଏହି ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟର ଟିକି ନିଖି ଯାଞ୍ଚ କରି ଠିକା ସଂସ୍ଥା ଓ ତଦାରଖ କରୁଥିବା ସରକାରୀ ବାବୁ ମାନଙ୍କ ବିରୋଧରେ ଉଚିତ୍ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳ ବାସୀଙ୍କ ଦୃଢ ଦାବୀ କରୁଛନ୍ତି । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟନ ଉତ୍ସବରେ ବନଜ୍ୟୋସ୍ନା ସମେତ ଅନେକ ପୁସ୍ତକ ଉନ୍ମୋଚିତ 

Sunil Chandra Nayak

ବୁଦ୍ଧ ଓ ଭୀମ ଭୋଇଙ୍କ ବିଚାରଧାରା ସାମାଜିକ କ୍ରାନ୍ତି ଆଣିବ

ସାଇକେଲ କୁ ପଛପଟୁ ଧକ୍କା ଦେଲା ବାଇକ,ଜଣେ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

Leave a Comment

error: Content is protected !!