ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡ଼ ରେ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ଖାଦ୍ୟ ପୁଡିଆ ବଣ୍ଟନ 

ବାଦାମ ପାହାଡ଼ ରେ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ଖାଦ୍ୟ ପୁଡିଆ ବଣ୍ଟନ 

 ମୟୂରଭଞ୍ଜ-୧୯/୦୫ — ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ବାଦାମପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା । ଏହି କାର୍ଯକ୍ରମ ଭୁବନେଶ୍ୱର ର କଳିଙ୍ଗ ନେଟୱର୍କ ଫର୍ ପିପଲ ଲିଭିଂ ୱିଥ ଏଚ ଆଇ ଭି ଏଡ଼ସ ନାମକ ଏକ ସଂସ୍ଥା ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ ।ଏହି ସଂସ୍ଥା ୨୧ ଜଣ ଯକ୍ଷ୍ମା ରୋଗୀ ପୁରା ଆରୋଗ୍ୟ ହେବା ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରିବେ । ଏହି କାର୍ଯକ୍ରମ ରେ ବାଦାମପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡାକ୍ତର ରିତେଶ ଚୈତନ ଙ୍କ ତତ୍ତ୍ଵାବଧାନରେ ବି ପି ଏମ ନିରାକାର ନାୟକ, ବରିଷ୍ଠ ଯକ୍ଷ୍ମା ତାଦରଦକାରି ରୋହିତ କୁମାର ବାରିକ୍, ବାମ ସାଲଖୁ ମାଝୀ ଓ ଏଚ ଆଇ ଭି ଏଡ଼ସ ର ଆଉ ଜଣେ କର୍ମଚାରୀ ନିଲୟ କୁମାର ମହାନ୍ତ ଉପସ୍ଥିତ ରହି ରୋଗୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜଲଦାରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

masiha

ସ୍ଥାୟୀ ଜମିପଟା ଦାବୀରେ ମହାଲିଙ୍ଗ ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

Sunil Chandra Nayak

ହିଞ୍ଜିଳିରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!