ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ୪୮ ଅଦିବାସୀ ଛାତ୍ରଛାତ୍ରୀ ସମ୍ମାନିତ

ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ୪୮ ଅଦିବାସୀ ଛାତ୍ରଛାତ୍ରୀ ସମ୍ମାନିତ

ରାଉରକେଲା: ସୁନ୍ଦରଗଡ଼ ଅଦିବାସୀ ମଞ୍ଚ, ଅଙ୍ଗନା ଓ ସାମାଜିକ ସେବା ସଦନଙ୍କ ସଂଯୁକ୍ତ ଉଦ୍ୟମରେ ଏକ ସମ୍ମାନ ସମାରୋହ ଉପାୟା ରାମାବହାଲ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ୪୮ ଜଣ ଅଦିବାସୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଯେଉଁମାନେ ମାଧ୍ୟମିକ ପରୀକ୍ଷାରେ ୭୦ପ୍ରତିଶତ ରୁ ଅଧିକ ନମ୍ବର ରଖିଥିଲେ । ଏହି ଅବସରରେ ସିପ୍ରିଆନ ୱିଲିୟମ କିରୋ, ସୁନୀଲ ଜୋଜୋ, ଇଗ୍ନେସ୍ ହାନ୍ସଦା, ଗୀତାଞ୍ଜଳି ଟପ୍ପୋ, ସ୍ ଭେରୋନିକା ଡୁଙ୍ଗଡୁଙ୍ଗ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗମାନେ ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଉଦବୋଧନ ଏବଂ ପ୍ରେରଣା ଦାୟକ ବକ୍ତବ୍ୟ ଛାତ୍ରଛାତ୍ରୀ ଓ ଗଭୀର ପ୍ରଭାବ ପକାଇଥିଲା।

ଏହି କାର୍ଯ୍ୟକ୍ରମରେ ଯେଉଁ ଶିକ୍ଷା ଅନୁଷ୍ଠାନ ଗୁଡ଼ିକର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ, ସେମାନେ ହେଲେ: ଏନଓଏଚଏସ ଗୈବିରା, ନିର୍ମଳା ବାଳିକା ସ୍କୁଲ କଇଁସରା, ସରକାରୀ ହାଇସ୍କୁଲ ଟଙ୍ଗାରଗାଁଁ, ବାଳିକା ହାଇସ୍କୁଲ ହମିରପୁର, ସେଣ୍ଟ୍ ମେରୀ’ସ୍ ରାଜଗାଙ୍ଗପୁର, ସେଣ୍ଟ୍ ମେରୀ’ସ୍ ସୁନ୍ଦରଗଡ଼, ବିମଳା ଦେବୀ ହାଇସ୍କୁଲ, କେସ୍ରାମାଲ ହାଇସ୍କୁଲ, ରାଣୀବନ୍ଧ ହାଇସ୍କୁଲ, ଡିଏଭି ପବ୍ଲିକ୍ ସ୍କୁଲ କାନ୍ସବାହାଲ, ବିମଳା ଦେବୀ ହାଇସ୍କୁଲ ଲାଇଁଗ, ପଞ୍ଚାୟତ ସରକାରୀ ହାଇସ୍କୁଲ କାନ୍ସବାହାଲ,ପିଏମଶ୍ରୀ ସରକାରୀ ହାଇସ୍କୁଲ କୁତ୍ରା, ପଞ୍ଚାୟତ ହାଇସ୍କୁଲ ଏକମା, ବରଙ୍ଗା କଛାର ନୋଡାଲ୍ ହାଇସ୍କୁଲ, ସରକାରୀ ହାଇସ୍କୁଲ ଦେଓକରନପୁର, ପିଏମଶ୍ରୀ କୁତ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କେବଳ ଏକ ସମ୍ମାନ ନୁହେଁ, ଏହା ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଉତ୍ସାହ ଓ ପ୍ରେରଣାର ଉତ୍ସ ହେବା ସଙ୍ଗେ ସଙ୍ଗେ ଅଦିବାସୀ ସମୁଦାୟ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଏହିପରି ସଂଯୁକ୍ତ ଉଦ୍ୟମ ଭବିଷ୍ୟତରେ ଅଦିବାସୀ ଯୁବମାନଙ୍କ ପାଇଁ ଶିକ୍ଷାର ଦିଗରେ ଏକ ଦୃଢ଼ ଆଧାର ତିଆରି କରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଁ ମାନଙ୍କରେ ବସୁଧା ଯୋଜନା ବାଟବଣା

masiha

କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଯାଇଛି 

masiha

ଭଞ୍ଜନଗର ଓକିଲ ସଂଘ ନିର୍ବାଚନ  ସନ୍ତୋଷ ନାୟକ ସଭାପତି,ଧୀରେନ ସ୍ୱାଇଁ ସମ୍ପାଦକ 

Sunil Chandra Nayak

Leave a Comment

error: Content is protected !!