ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁକ୍ତିରାଣୀ ଦେବତା ଙ୍କ କବିତା ଅହଙ୍କାର

ଅହଙ୍କାର

 

ମନୁଷ୍ୟର ଚିରଶତ୍ରୁ ଅଟେ ଅହଙ୍କାର

ଗର୍ବରେ ମନୁଷ୍ୟ ଏଠି ଦେଉଛି ହୁଙ୍କାର

ଧରାକୁ ମଣୁଛି ସରା ସତେ ସ୍ୱର୍ଗ ଅଧିପତି

ଛାଡିକି ପାରୁଛି ନିଜ କପଟ ପ୍ରବୃତ୍ତି ।।

 

ଦୁଃଖୀଙ୍କୁ ଭାବୁଛି ହୀନ ଦିଏ ଅପମାନ

ଗୁରୁଜନଙ୍କୁ ଯେ ଦିନେ କରେନି ସମ୍ମାନ

ନିଜ ଗର୍ବଲାଗି ସଦା ଅନ୍ୟକୁ ଦିଅଇ କଷ୍ଟ

ସମାଜ ଆଖିରେ ଆଜି ସଜାଇ ନିଜକୁ ନଷ୍ଟ ।।

 

ରାମନାମ ବିସ୍ମରିଛି ମୋହମାୟା ପଛେପଡି

ମଦ୍ୟମାଂସ ଖାଏ ନିତି ହବିଷ ଅନ୍ନକୁ ଛାଡି

ଆଧ୍ୟାତ୍ମିକ ପଥେ ମନ ଯାଏନି ତା’ କେବେ

ପାପ ପୁଣ୍ୟ ଫଳ ଏକା ଜଗନ୍ନାଥ ଦେବେ ।।

 

ପୌରୁଷତ୍ୱ ଅହଙ୍କାରେ ନାରୀକୁ ଦିଏ ଯାତନା

ମନରେ ରହିଛି ଭରି କେତେ ହୀନ କାମନା 

ମଦମତ୍ତ ହୋଇ ସଦା କରୁଛି କୁକର୍ମ

ସ୍ୱହସ୍ତେ ଅଧର୍ମ କରେ ଭୁଲେ ତା’ର ଧର୍ମ ।।

 

ଏଣୁ ଆହେ ସୁଧୀଜନ ମୁହିଁ କରେ ନିବେଦନ

କଥାଟି କହୁଛି ଶୁଣ ଆରେ ବାପଧନ

ଅହଙ୍କାର ପ୍ରବୃତ୍ତିରୁ ରୁହ ଯେ ଦୂରେଇ

ନ ହେଲେ ଦଇବ କେବେ ପାରିବନି ସହି ।।

 

                     ମୁକ୍ତିରାଣୀ ଦେବତା

                   ମନ୍ଦାରଖଣ୍ଡ,ଯାଜପୁର

Related posts

ତୀର୍ଯ୍ୟକ

Sunil Chandra Nayak

ଟଭା ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଅଭିଯୋଗ

Sunil Chandra Nayak

ଖରାଛୁଟି ପରେ ରାଜ୍ୟରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ

Sunil Chandra Nayak

Leave a Comment

error: Content is protected !!