ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ବୁଦ୍ଧ ଜୟନ୍ତୀ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ବୁଦ୍ଧ ଜୟନ୍ତୀ

ଜୁନାଗଡ଼,୧୯/୫(ମନୀସ) ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଶାଖା ର ମିଶନ ଗାଁ ଗାଁ ରେ ଆମ୍ବେଦକର ବିଚାର, ବୁଦ୍ଧ ବିଚାର କୁ ପହଞ୍ଚିବା ଏହି ପରିପ୍ରେକ୍ଷୀରେ ଗତକାଲି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ତମ୍ବାଛଡା ଗାଁ ରେ ତମ୍ବାଛଡା ଗାଁ ର ଆମ୍ବେଦକର ବାଦୀ ସାଥି ମାନଙ୍କ ପ୍ରୟାସରେ ସହ ସହ ଲୋକଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।ପ୍ରଥମେ ଅତିଥି ମାନଙ୍କୁ ମଞ୍ଚାସୀନ କରାଯାଇଥିଲା, ତାପରେ ବହୁଜନ ମହାପୁରୁଷ ମାନଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା,।ମୁଖ୍ୟ ବକ୍ତା ମୈତ୍ରିରତନ ତ୍ରିନାଥ ତ୍ରିଶରଣ ପଞ୍ଚଶିଳ ଗାନ କରିଥିଲେ,।ଭାଗ୍ୟବାନ ସେନାପତି ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ କରଯାଇଥିଲା,,ମୁଖ୍ୟ ଅତିଥି ଭାବରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ବ୍ଳକ ସଭାପତି ବିରଞ୍ଚିନାରାୟଣ ଜାଲ, ସମ୍ପାଦକ ପ୍ରଭାକର ଜାଲ୍,ଉପଦେଷ୍ଟା ଚକ୍ରଧର ବେଣୁପାଣି, ଶିକ୍ଷାବିତ୍ କଳ୍ପନା ମହାନନ୍ଦ, ନାରୀନେତ୍ରୀ ରମଣୀ ଦୁରିଆ,,କଂଗ୍ରେସ ଯୁବ ନେତା ଦିଗାମ୍ବର ଦୁରିଆ ,,ମଞ୍ଚାସୀନ ଥିଲେ,, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା,ମହାସଚିବ ଶତ୍ରୁଘ୍ନ ନାଏକ , ୟୋଗେଶ ତାଣ୍ଡି,ମିଥୁନ ଦୁର୍ଗା,କମଳାକାନ୍ତ, ଢଗ ମାଲିଆ ନାଏକ, ଉପସ୍ଥିତ ଥିଲେ, ବୁଦ୍ଧ ଙ୍କ ମାର୍ଗ ସତ୍ୟର ମାର୍ଗରେ ଯିବା ସହ ଅନ୍ଧ ବିଶ୍ବାସରୁ ଦୂରେଇବା, ବାବାସାହେବ ଆମ୍ବେଦକରଙ୍କ ବାଣୀ ସମସ୍ତେ ଶିକ୍ଷିତ ହେବା ସହ ସମାଜ କୁ ସଙ୍ଗଠିତ କରିବା ପାଇଁ ସବୁ ବେଳେ ସଂଘର୍ଷ କରିବା ବୋଲି ବକ୍ତା ମାନେ ମତ ରଖିଥିଲେ ।ମଞ୍ଚ ପରିଚାଳନା କରିଥିଲେ ସମାଜପ୍ରେମୀ ନୀଳକଣ୍ଠ ନାଏକ ।କାହ୍ନୁ ସେନାପତି, ଉପେନ୍ଦ୍ର ସେନାପତି ସହ ଗାଁ ର ସମସ୍ତ ବୁଦ୍ଧିଜିବୀ ଓ ଯୁବକ ମାନେ କାର୍ଯ୍ୟକ୍ରମ ଆୟୋଜନ କରିବାର ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ ଦ୍ୱାରା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ

Sunil Chandra Nayak

ଧର୍ମଗଡ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ନିରୀକ୍ଷକ,ପରିଦର୍ଶକ ଙ୍କ ସାମୁହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ

masiha

ଆର୍ଥିକ ସାକ୍ଷରତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!