ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧଅଁରପୁର ଠାରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କଲେ ଧର୍ମଗଡ ବିଧାୟକ

ଧଅଁରପୁର ଠାରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କଲେ ଧର୍ମଗଡ ବିଧାୟକ

ଧର୍ମଗଡ ବ୍ଲକ ଧଅଁରପୁର ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସରକାରୀ ଯୋଜନା ମାଧ୍ୟମରେ ନିର୍ମାଣ ହୋଇଥିବା କୋଠା ଗୁଡିକର ସୋମବାର ଦିନ ଉଦଘାଟନ ହୋଇ ଯାଇଛି।ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ନୂତନ ଭାବେ ନିର୍ମାଣ ହୋଇଥିବା ସଦଭାଵନା ସଭା ଗୃହ,ଅଙ୍ଗନବାଡି କେନ୍ଦ୍ର ଓ ଦୋକାନ ଗୃହ ଶୁଭ ଉଦଘାଟନ କରିଛନ୍ତି।

ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଗୌରୀ ସେଠିଆ ସଭାପତିତ୍ୱ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ଶିଶୁ ବିକାଶ ଅଧିକାରୀ ଧରିତ୍ରୀ ପାଣିଗ୍ରାହୀ, ବରିଷ୍ଠ ଯନ୍ତ୍ରୀ କରୁଣା କର ମୁର୍ମୁ,ଅବସର ପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ,ସମିତି ସଭ୍ୟା କନକ ସେଠିଆ,ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼, ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା,ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।ତେବେ ଦୀର୍ଘଦିନ ଧରି ଏହି ଉନ୍ନୟନ ମୂଳକ କାମ ଗୁଡିକ ଅଟକି ରହିଥିବା ବେଳେ ଶ୍ରୀମତୀ ଗୌରୀ ସେଠିଆ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ତାଙ୍କ ପ୍ରୟାସ ଯୋଗୁ ଆଜି ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି ।କାର୍ଯ୍ୟକ୍ରମ ରେ ସରପଞ୍ଚ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଓ ଆବଶ୍ୟକ ଉପରେ ବିଧାୟକ ଙ୍କୁ ଅବଗତ କରାଇଥିଲେ।ପଞ୍ଚାୟତ କୁ ବିକାଶ ପଥ କୁ ଆଗେଇ ନେବା କୁ ହେଲେ ଜନସାଧାରଣ ଙ୍କ ସହଯୋଗ ଆବଶ୍ୟକ ରହିଛି ବିଧାୟକ ବିଧାୟକ ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ।

ନୂତନ ସରକାର ଆସିବା ପରେ ଓଡିଶା ପରିବର୍ତ୍ତନ ପଥରେ ଆଗେଇଛି ,ସରକାର ଙ୍କ ବିଭିନ୍ନ ବିକାଶ ମୂଳକ କାମ ଗୁଡିକ ଲୋକ ଙ୍କ ପାଖକୁ ସିଧାସଳଖ ଆସି ପାରୁଛି,ଗାଁ ବିକାଶ ହେଲେ ପଞ୍ଚାୟତ, ବ୍ଲକ,ଜିଲ୍ଲା ରାଜ୍ୟ ବିକାଶ ହୋଇପାରିବ ଓ ଏଥିପାଇଁ ସମସ୍ତ ଙ୍କ ଭିତରେ ସାକାରତ୍ମକ ଚିନ୍ତା ଧାରା ରହିବା ଆବଶ୍ୟକ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ ପରିଚାଳନା କରିଥିବା ବେଳେ ପଞ୍ଚାୟତ କାର୍ଯନିର୍ବାହୀ ଅଧିକାରୀ ଜଗନ୍ନାଥ ଦଣ୍ଡସେନା,ବି ଏଫ ଟି ଆଶୋକ ବାଗ, ଜି ଆର ଏସ -ଅଶୋକ ବାଗ,ଯୋଗାଣ ସହାୟିକା ରିତାଞ୍ଜଳି ସେଠିଆ ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

Sunil Chandra Nayak

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପରିଭ୍ରମଣ କାର୍ଯ୍ୟକ୍ରମ 

masiha

ଧରାକୋଟ ଖାରିଗୁମ୍ମା ଘଟଣା ପୀଡିତଙ୍କ ପରିବାରକୁ ଭେଟିଲା ପ୍ରଶାସନ ଓ କଂଗ୍ରେସ ଦଳର ଛଅ ଜଣିଆ ପ୍ରତିନିଧି ଦଳ 

masiha

Leave a Comment

error: Content is protected !!