ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀନିବାସ ପଣ୍ଡା ଙ୍କ କବିତା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

 

ତ୍ରେତୟା ଯୁଗରେ ମାନବ ରୂପରେ

       ଧରାପୃଷ୍ଠେ ଅବତୀର୍ଣ୍ଣ

ହେ ପୁରୁଷୋତ୍ତମ କୈ।ଶଲ୍ୟା ନନ୍ଦନ

      ଘେନ ଭକ୍ତି ନିବେଦନ ।

 

ହେ ପରଂବ୍ରହ୍ମ ସ୍ଵୟଂ ନାରାୟଣ

     ସଂସାର ତୁମରି ଘର

ଦୁଷ୍ଟ ଦାନବ ର ସଂହାର ପାଇଁ

      ଭକ୍ତଙ୍କୁ କର ନିଜର ।

 

ହେ ପ୍ରଜା ଅନୁରଞ୍ଜନ ଦଶରଥ ନନ୍ଦନ

      ମାତା ସୀତାଙ୍କ ଜୀବ ଜୀବନ

ସ୍ବର୍ଣ୍ଣଲଙ୍କା କରି ଧ୍ୱଂସ ରାବଣ ନିହତ

     ବିଭୀଷଣଙ୍କୁ କଲ ଲଙ୍କେ ରାଜନ ।

 

 

କୁବୁଜାକୁ ତୁମେ କଲ ଧନ୍ୟ

     ଶବରୀକୁ ଦେଲ ସ୍ଵର୍ଗାସନ

ପାଷାଣୀ ଅହଲ୍ୟା ପଥେ ପଡ଼ିଥିଲା

      ପଦସ୍ପର୍ଶେ ଦେଲ ନବ ଜୀବନ ।

 

ହେ ନବଘନ ପୁରୁଷୋତ୍ତମ

       ଦିଶୁଅଛି କେତେ ଶୋଭାବନ

ଏ କଳି ଯୁଗରେ ଶ୍ରୀକ୍ଷେତ୍ର ଧାମରେ

      ଜଗନ୍ନାଥ ରୂପେ ପାଅ ପୂଜନ ।

 

ଶ୍ରୀନିବାସ ପଣ୍ଡା

ଗଞ୍ଜାମ 

Related posts

ନାୟକ ଅକ୍ଷୟ ରାଜହସ୍ତୀ  ଙ୍କ କବିତା ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ

Sunil Chandra Nayak

ଆଦିବାସୀ ସଂଘ ପକ୍ଷରୁ ଖଡ଼ିଆଳ ବ୍ଳକ ଘେରାଓ

Sunil Chandra Nayak

ଦକ୍ଷିଣ -ପୂର୍ବ ରେଲଓ୍ବେ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକଙ୍କୁ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!